ସୀମା ପୁନିଆଙ୍କୁ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା

ପଟିଆଲା: ଟୋକିଓ ଅଲିମ୍ପିକ୍‌ସରେ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି ଭାରତୀୟ ମହିଳା ଡିସକସ୍‌ ଫିଙ୍ଗାଳି ସୀମା ପୁନିଆ। ପଟିଆଲାରେ ଆୟୋଜିତ ଜାତୀୟ ଆନ୍ତଃ ରାଜ୍ୟ ଆଥଲେଟିକ୍‌ସ ଚମ୍ପିଆନସିପ୍‌ରେ ୩୭ ବର୍ଷୀୟା ସୀମା ୬୩.୭୦ ମିଟରକୁ ଡିସକସ୍‌ ଫିଙ୍ଗି ସ୍ବର୍ଣ୍ଣ ଜିତିବା ସହ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି। ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ ଦୂରତା ୬୩.୫୦ ମିଟର ରହିଛି। ସୀମା ପୂର୍ବରୁ ୨୦୦୪, ୨୦୧୨ ଓ ୨୦୧୬ ଅଲିମ୍ପିକ୍‌ସରେ ପ୍ରତିନିଧିତ୍ବ କରି ସାରିଛନ୍ତି। ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ସୀମାଙ୍କ ବ୍ୟତୀତ ଅନ୍ୟତମ ଡିସକସ୍‌ ଫିଙ୍ଗାଳି କମଲପ୍ରୀତ୍‌ କୌର ଯୋଗ୍ୟତା ଅର୍ଜନ କରି ସାରିଛନ୍ତି।

Comments are closed.