ଉଦ୍ୟାନ ବିଭାଗ ପକ୍ଷରୁ ବିହନମଞ୍ଜି କିଟ୍ ବଣ୍ଟନ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଚେମଣା ଓ ଯମୁନାପଶି ପଞ୍ଚାୟତରେ ଆଜି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ପାକଶାଳା ବଗିଚା ପାଇଁ ପନିପରିବା ମଞ୍ଜି ଥିବା କିଟ ବଣ୍ଟନ କରାଯାଇଛି । ଯମୁନାପଶି ପଞ୍ଚାୟତରେ ୭୦ ଜଣ ଚାଷୀଙ୍କୁ ବଣ୍ଟନ କରାଯାଇଥିବା ବେଳେ ଚେମଣା ପଞ୍ଚାୟତରେ ୮୦ ଜଣ ଚାଷୀଙ୍କୁ ବିହନମଞ୍ଜି କିଟ୍ ବଣ୍ଟନ କରାଯାଇଛି । କାର୍ୟ୍ୟକ୍ରମରେ ପାଟଣା ଉଦ୍ୟାନ ସଂପ୍ରସାରଣ ଅଧିକାରୀ ଅବିନାଶ ସେଠୀ ଓ ଧନୁର୍ଜୟ ହାଂସଦା ଯୋଗ ଦେଇଥିବା ବେଳେ ଚେମଣା କୃଷକ ସାଥି ପରମାଂଶୁ ମହାନ୍ତ ଓ ଯମୁନାପଶି କୃଷକ ସାଥି ତ୍ରିଲୋଚନ ନାଏକ ଯୋଗ ଦେଇ ବିହନମଞ୍ଜି କିଟ ବଣ୍ଟନ କରିଥିଲେ ।

ପ୍ରତି କିଟରେ ୧୨ ପ୍ରକାର ପନିପରିବା ମଞ୍ଜିଥିବା ଏହି କିଟରେ ବାଇଗଣ, ବିମ୍, ଝୁଡ଼ଙ୍ଗ, ପିଆଜ, ଧନିଆ ଆଦି ମଞ୍ଜି ଥିବା ଜଣାପଡିଛି ।

Comments are closed.