ଏଏମୟୁ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା

0

ଆଗ୍ରା : ଆଲିଗଡ ମୁସଲିମ୍‍ ବିଶ୍ୱବିଦ୍ୟାଳୟ (ଏଏମୟୁ)ର ଦୁଇଜଣ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଦୁଇ ଛାତ୍ର ହେଲେ ୱାସିମ ଆୟୁବ ଖାଁ ଓ ଅବଦୁଲ ହସିବ ମିର୍‍। ଏହି ଦୁଇଛାତ୍ର ବାୟୋକେମେଷ୍ଟ୍ରି ଓ ଇତିହାସରେ ପିଏଚଡି କରୁଛନ୍ତି। ଉଭୟ କାଶ୍ମୀରର ବାସିନ୍ଦା ବୋଲି ଆଲିଗଡ ଏସ୍‍ଏସ୍‍ପି ଅଜୟ କୁମାର ସାଇନି କହିଛନ୍ତି। ଏଏମୟୁର ପିଏଚଡି ଛାତ୍ର ତଥା ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ମନନ ବାସିର ୱାନିର ମୃତ୍ୟୁ ଉଦ୍ଦେଶ୍ୟରେ ଏହି ଦୁଇ ଅଭିଯୁକ୍ତଙ୍କ ସହିତ ଅନ୍ୟ ଛାତ୍ରମାନେ ସ୍ମୃତି ସଭା ଆୟୋଜନ କରିଥିଲେ। ସ୍ମୃତି ସଭାରେ ଏମାନେ ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ। ଗୁରୁବାର ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ମନନ ୱାନି ପ୍ରାଣ ହରାଇଥିଲା। ମନନ ଏଏମୟୁର ଭୂତତ୍ତ୍ୱ ବିଜ୍ଞାନରେ ପିଏଚଡି କରୁଥିଲେ। ଗତ ଜାନୁଆରୀରେ ସେ ହଜିବୁଲ ମୁଜାହିଦ୍ଦିନରେ ଯୋଗ ଦେଇଥିଲେ। ପରେ ତାଙ୍କୁ ବିଶ୍ୱବିଦ୍ୟାଳୟରୁ ବିତାଡିତ କରାଯାଇଥିଲା।

Leave A Reply