ଡ. ହୃଷିକେଶ ମଲ୍ଲିକ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି, ଅରୁଣା ମହାନ୍ତି ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଭାପତି

ଶ୍ରୀନିବାସ ପଢ଼଼ିହାରୀ ଓଡ଼ିଶା ଲଳିତ କଳା ଏକାଡେମୀର ଉପସଭାପତି

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ ଡ. ହୃଷିକେଶ ମଲ୍ଲିକଙ୍କୁ ନିଯୁକ୍ତି ମିଳିଥିବା ବେଳେ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଭାପତି ଭାବେ ଶ୍ରୀମତୀ ଅରୁଣା ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ କାର୍ଯ୍ୟରତ ବିଭିନ୍ନ ଏକାଡେମୀର ସଭାପତି, ଉପସଭାପତି ଓ ସଚିବ ପଦବୀ ପୂରଣ ପାଇଁ ମନୋନୟନ କମିଟି ଦ୍ୱାରା ପ୍ରସ୍ତାବିତ ନାମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଅନୁମୋଦନ କରିଛନ୍ତି।
ଏହି ଅନୁମୋଦନ କ୍ରମେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ ଡ. ହୃଷିକେଶ ମଲ୍ଲିକ, ଉପସଭାପତି ଭାବେ ସଂଗ୍ରାମ ଜେନା ଓ ସଚିବ ଭାବେ ପ୍ରବୋଧ କୁମାର ରାଉତ କାର୍ଯ୍ୟ କରିବେ। ସେହିପରି ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଭାପତି ପଦବୀ ପାଇଁ ଶ୍ରୀମତୀ ଅରୁଣା ମହାନ୍ତି ଓ ଓ ଉପସଭାପତି ଭାବେ ମନ୍ମଥ କୁମାର ଶତପଥୀ, ଓଡ଼ିଶା ଲଳିତ କଳା ଏକାଡେମୀର ଉପସଭାପତି ଭାବେ ଶ୍ରୀନିବାସ ପଢ଼଼ିହାରୀ ଓ ସଚିବ ରୂପେ ପଞ୍ଚାନନ ସାମଲ କାର୍ଯ୍ୟ ତୁଲାଇବେ। ଓଡ଼ିଶା ଊର୍ଦ୍ଦୁ ଏକାଡେମୀର ସଚିବ ପାଇଁ ଡ. ସୟେଦ ମୁସୀର ଆଲାମ୍‍ ଙ୍କ ନାମ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତିି।
ସୂଚନାଯୋଗ୍ୟ ଯେ ମନୋନୟନ କମିଟିର ଅଧ୍ୟକ୍ଷ ତଥା ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏମାନଙ୍କ ନାମକୁ ସରକାରଙ୍କ ଅନୁମୋଦନ ନିମନ୍ତେ ସୁପାରିଶ କରିଥିଲେ।

Comments are closed.