ଅମିତାଭଙ୍କ ବାସଭବନ ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା

ବଲିଉଡ଼ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ସଂସଦରେ ଡ଼୍ରଗ୍ସ ମାମଲାରେ ବୟାନ ପରେ ମୁମ୍ବାଇରେ ତାଙ୍କ ଘର ଚାରିପଟେ ବଢ଼ାଇ ଦିଆଯାଇଛି ପୁଲିସ ସୁରକ୍ଷା । ଜୟା ସଂସଦରେ ବଲିଉଡ଼ର ଛବି ଖରାପ କରିବାକୁ ପ୍ରୟାସ କରାଯାଉଥିବା ଓ ସୋସିଆଲ ମିଡ଼ିଆରେ ବଲିଉଡ଼କୁ ବଦନାମ କରାଯାଉଥିବା ଅଭିଯୋଗ କରିଥିଲେ । ଏହାପରେ ଡ଼୍ରଗ୍ସକୁ ନେଇ ବଲିଉଡ଼ ଦୁଇ ଭାଗରେ ବିଭକ୍ତ ହୋଇ ଯାଇଛି ।

ଏହାପୂର୍ବରୁ ସୋମବାର ଗୋରଖପୁର ସାଂସଦ ରବି କିଶନ ଡ଼୍ରଗ୍ସକୁ ନେଇ ସଂସଦରେ ନିଜର ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ଯେ ବଲିଉଡ଼ରେ ବି ଡ଼୍ରଗ୍ସ କାରବାର ରହିଛି । ସୁଶାନ୍ତ ସିଂହ ରାଜପୁତ ମାମଲାର ଯାଞ୍ଚ ସମୟରେ ଡ଼୍ରଗ୍ସ କାରବାରକୁ ନେଇ ଚର୍ଚା ଆରମ୍ଭ ହୋଇଥିଲା ।

Comments are closed.