ଦୁଇ ଆତଙ୍କବାଦୀ ମୃତ

ଶ୍ରୀନଗର : ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ଦେହରୁଣା ନିକଟ କୋକରନାଗ ଅନ୍ତର୍ଗତ କଚୱାନ୍‌ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସନ୍ଧାନୀ ଅଭିଯାନ ଚାଲିଥିଲାବେଳେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀ ଏହାର ଜବାବ ଦେବାରେ ଘଟଣାସ୍ଥଳରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ପରିଚୟ ମିଳିପାରି ନାହିଁ।

Comments are closed.