ସୁରକ୍ଷା ବଳୟ ମଧ୍ୟରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ

0

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ରାଜପଥରେ କଡାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ୟାରେଡ ଆୟୋଜିତ ହୋଇଛି ।  ଏହି ସମାରୋହର ପ୍ରମୁଖ ସ୍ଥାନରେ ୩୦ଟି ସିସିଟିଭି କ୍ୟାମେରା ଲଗାଯାଇଛି। ବିଭିନ୍ନ ଆତଙ୍କବାଦୀ ଓ ଅପରାଧିକ କାର୍ଯ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସିସିଟିଭି ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଜନସମାଗମରେ ପରିପୁର୍ଣ୍ଣ ରାଜପଥରେ ଆତଙ୍କବାଦ ଓ ଅପରାଧିକ କାର୍ଯ୍ୟକୁ ରୋକାଯାଇପାରିବ ଏବଂ ସେମାନଙ୍କ ଗତିବିଧି ନେଇ ସୂଚନା ମିଳିପାରିବ।  ଦିଲ୍ଲୀ ଡେପୁଟି ପୁଲିସ କମିଶନରଙ୍କ କହିବା ଅନୁସାରେ ପ୍ୟାରେଡ ସ୍ଥଳରେ ୫ସ୍ତର ବିଶିଷ୍ଟ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି। ବିଶେଷ କରି ରାଜପଥର ପ୍ରବେଶ ସ୍ଥଳ ନିକଟରେ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି। କ୍ରାଇମବ୍ରାଞ୍ଚ ଓ ବିଭିନ୍ନ ଗୁଇନ୍ଦା ସଂସ୍ଥା ସମସ୍ତ ସିସିଟିଭି କ୍ୟାମେରାର ତଦାରଖ କରିବେ। ଏହାବ୍ୟତୀତ ସମଗ୍ର ରାଜପଥରେ ୨୫୦ ସିସିଟିଭି କ୍ୟାମେରା ଲଗାଯାଇଛି।

Leave A Reply