ଚେନ୍ନଇ ଓ ପୁଣେରେ ଅକ୍ସଫୋର୍ଡ କୋଭିଡ୍-୧୯ ପ୍ରତିଷେଧକର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ

ଚେନ୍ନଇ : କୋଭିଡ୍-୧୯ ପାଇଁ ଅକ୍ସଫୋର୍ଡର ପ୍ରତିଷେଧକର ମାନବ ଶରୀରରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଚେନ୍ନଇ ଓ ପୁଣେରେ ଆରମ୍ଭ
ହୋଇଛି। ଚେନ୍ନଇରେ ଦୁଇଟି ପ୍ରମୁଖ ଚିକିତ୍ସା ଅନୁଷ୍ଠାନ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କରିଛନ୍ତି।
ଅକ୍ସଫୋର୍ଡର ଏହି ପ୍ରତିଷେଧକ ‘କୋଭିସିଲ୍ଡ୍’ର ମାନବ ଶରୀରରେ ପରୀକ୍ଷା ପାଇଁ ଦେଶର ୧୭ଟି ସ୍ଥାନ ମଧ୍ୟରୁ ଚେନ୍ନଇ ଅନ୍ୟତମ। ଏହି
ପ୍ରତିଷେଧକକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରା ଜେନିକା ମିଳିତ ଭାବେ ବିକଶିତ କରିଛନ୍ତି। ରାଜୀବ ଗାନ୍ଧୀ ଜେନେରାଲ୍ ହସ୍ପିଟାଲ ଓ ଶ୍ରୀ
ରାମଚନ୍ଦ୍ର ଉଚ୍ଚଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନରେ ପ୍ରତିଷେଧକର ପରୀକ୍ଷା କରାଯାଉଛି। ତାମିଲନାଡୁର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର
ଟି.ଏସ୍. ସେଲ୍ବା ବିନୟଗମ୍ କହିଛନ୍ତି, ୧୮ ବର୍ଷରୁ ଊର୍ଦ୍ଧ୍ବ ସୁସ୍ଥ ସ୍ୱେଚ୍ଛାସେବୀମାନଙ୍କ ଶରୀରରେ ପ୍ରତିଷେଧକର ପରୀକ୍ଷା କରାଯାଉଛି।
ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଏକସଙ୍ଗରେ ଆରମ୍ଭ କରାଯିବା ବିଷୟରେ ଡକ୍ଟର ବିନୟଗମ୍ କହିଛନ୍ତି।