ବରଗଡ ଜିଲ୍ଲାରେ ଦ୍ବିତୀୟ କରୋନା ପଜିଟିଭ୍ ଚିହ୍ନଟ

ବରଗଡ : ବରଗଡ଼ ଜିଲ୍ଲାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ବରଗଡ଼ ଜିଲ୍ଲାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଖବର ମୁତାବକ ଆକ୍ରାନ୍ତଙ୍କ ଘର ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବାରଗୁଡ଼ା ପଞ୍ଚାୟତର ହଳଦୀପାଲି ଗ୍ରାମରେ ବୋଲି ଜଣାପଡିଛି। ଆକ୍ରାନ୍ତ ଜଣଙ୍କ ୪୦ ବର୍ଷ ବୟସର ପୁରୁଷ ହୋଇଥିବା ବେଳେ ସେ ନିକଟରେ ମୁମ୍ବାଇ ଫେରି ଘରେ ସଙ୍ଗରୋଧରେ ଥିଲେ।


ତେବେ ଏନେଇ ଜଣାପଡିବାପରେ ଗତକାଲି ତାଙ୍କୁ ଭୁବନେଶ୍ବରର କୋଭିଡ୍ ହସ୍ପିଟାଲକୁ ପଠାଯାଇଛି। ଏବେ ବରଗଡ଼ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ସୂଚନା ଥାଉକି ବରଗଡ଼ ସହରର ଓ୍ବାର୍ଡ-୧୪ର ସୁଭାଷ ନଗର ଅଞ୍ଚଳରେ ପ୍ରଥମେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କେହି ଆକ୍ରାନ୍ତ ସୁସ୍ଥ ହୋଇନାହାନ୍ତି ।

Comments are closed.