ଦ୍ୱିତୀୟ ଅରୁଣ ବେହେରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ତୋଟାପଡ଼ା କ୍ରିକେଟ୍‌ କ୍ଲବ ଚାମ୍ପିୟନ

ବେଗୁନିଆ: ବେଗୁନିଆ ବ୍ଲକ ବୋତଳମା ପଞ୍ଚାୟତ ଅନ୍ତର୍ଗତ ଅଠରାଙ୍ଗ ଗ୍ରାମର ଦ୍ୱିତୀୟ ଅରୁଣ ବେହେରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଆଜିର ମ୍ୟାଚ ତୋଟାପଡା ଓ ଗୌଡିଆପଡା କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୌଡିଆପଡା ପ୍ରଥମେ ଟସ ଜିତି ନିର୍ଦ୍ଧାରିତ ଓଭରରେ ବ୍ୟାଟିଂ କରି ୧୩୨ ରନ ସଂଗ୍ରହ କରିଥିଲା। ତୋଟାପଡା କ୍ରିକେଟ୍‌ କ୍ଲବ୍‌ର ଖେଳାଳୀ ଏହାର ପ୍ରତି ଜବାବରେ ଗୋଟିଏ ୱିକେଟ୍‌ ହରାଇ ବିଜୟ ଲାଭ କରିଥିଲେ।
ଏହି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଜୟନ୍ତ ମାର୍ଥା ଓ ମନୋଜ ରଣସିଂହ ପରିଚାଳନା କରିଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବିଶିଷ୍ଟ ନାଟ୍ୟକାର ତଥା ଶିକ୍ଷାବିତ ଡ.ଵନବିହାରି ମହାପାତ୍ର, ଶିକ୍ଷାବିତ ବଳରାମ ରଣସିଂହ ଓ ମେଜର ପବିତ୍ର ମୋହନ ପଣ୍ଡା ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଦ୍ୱିତୀୟ ଅରୁଣ ବେହେରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଜେତା ଦଳକୁ ନଗଦ ୫ ହଜାର ଟଙ୍କା ଓ ରନର୍ସ ଅପ ଦଳକୁ ନଗଦ ୩ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା।

Comments are closed.