ବ୍ରହ୍ମପୁରା କିଆପଲ୍ଲା ସରସ୍ୱତୀ ଶିଶୁ ମନ୍ଦିରରେ ସେବା ଓ ସେବକ ସପ୍ତାହ ପାଳିତ

ବାଙ୍କୀ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସମାଜ ପକ୍ଷରୁ ପାଳିତ ହେଉଥିବା ସେବା ଓ ସେବକ ସପ୍ତାହର ୬ଷ୍ଠ ଦିନରେ ସ୍ଥାନୀୟ ବ୍ରହ୍ମପୁରା-କିଆପଲ୍ଲା ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଓ ଗୋପବନ୍ଧୁଙ୍କ ଜୀବନ ଦର୍ଶନ ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହୋଇ ଯାଇଛି । ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟା ତୃପ୍ତିମୟୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ସଭାପତି ସୁଦର୍ଶନ ଦାସ ଓ ସମ୍ମାନୀତ ଅତିଥି ଭାବରେ ପ୍ରତିଷ୍ଠାତା ସଭାପତି ଦୀନବନ୍ଧୁ ସ୍ୱାଇଁ, ସମ୍ବାଦିକ ଗୌରାଙ୍ଗ ବେହେରା ଯୋଗଦେଇ ଗୋପବନ୍ଧୁ ଦିନ ଜନଙ୍କର ବନ୍ଧୁ ଓ ସେବାର ମୁକ୍ତିମନ୍ତ ପ୍ରତୀକ ଥିଲେ ବୋଲି ପ୍ରକାଶ କରିଛନ୍ତି । ପବିତ୍ର ବେହେରା, ସୁଚିସ୍ମିତା କୁଣ୍ଡଳ, ବନଲତା ସିଂ, ସୁରେନ୍ଦ୍ର ପୃଷ୍ଟି, ଅରୁଣ କୁମାର ନାୟକ, କବିତା ବେହେରା ପ୍ରମୁଖ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ରହି ବିଦ୍ୟାର୍ଥିଙ୍କୁ ଗୋପବନ୍ଧୁଙ୍କ ଜୀବନ ଦର୍ଶନ ସମ୍ପର୍କରେ ଆଲୋକପାତ କରିଛନ୍ତି।

ସଚ୍ଚଳାଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ

ସେହିପରି ସୋମବାର ବାଙ୍କୀ ବ୍ଲକ ଅଧିନ ବ୍ରହ୍ମପୁରା ସ୍ଥିତ ସଚ୍ଚଳାଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସେବା ଓ ସେବକ ସପ୍ତାହ ପାଳିତ ହୋଇଯାଇଛି। ସାମ୍ବାଦିକ ଗୌରାଙ୍ଗ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବିତା ମହାନ୍ତିଙ୍କ ଅଧ୍ୟକ୍ଷତା କରିଥିଲେ। ପ୍ରଥମେ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସେବା ଓ ସେବକ ସପ୍ତାହ ପାଳନର ଆଭିମୁଖ୍ୟ ପ୍ରଦାନ କରାଯାଇଥିଲା। ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଶିକ୍ଷକ ରମାକାନ୍ତ ପଟ୍ଟନାୟକ, ଶିକ୍ଷୟିତ୍ରୀ ବିନୋଦିନୀ ଷଡଙ୍ଗୀ, ବିଦ୍ୟୁତପ୍ରଭା ପଣ୍ଡା, ଉଷାରାଣୀ ଦେଈ, ପ୍ରହଲ୍ଲାଦ ନାୟକ ପ୍ରମୁଖ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କୁ ଦୀନଜନଙ୍କର ବନ୍ଧୁ ଗୋପବନ୍ଧୁଙ୍କର ସେବା ପରାୟଣତା ସହିତ ସମାଜ ସଂସ୍କାର, ସାମ୍ବାଦିକତା ଓ ସୃଜନଶୀଳ ଗୁଣବର୍ତ୍ତା ସମ୍ପର୍କରେ ଆଲୋଚନା କରିଛନ୍ତି। ବରିଷ୍ଠ ଶିକ୍ଷୟିତ୍ରୀ ସବିତାବାଳା ଦେବୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Comments are closed.