ମୌସୁମୀ ଅଧିବେଶନ: ଦିନେ ଛାଡି ଦିନେ ଚାଲିବ ରାଜ୍ୟସଭା ଓ ଲୋକସଭା

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ କାଳରେ ରାଜ୍ୟସଭା ଓ ଲୋକସଭା ଦିନେ ଛାଡି ଦିନେ ଚାଲିବ ବୋଲି ସୂଚନା ମିଳିଛି। କରୋନା ମହାମାରୀ ଯୋଗୁଁ ସାମାଜିକ ଦୂରତା ରକ୍ଷା ପୂର୍ବକ ଉଭୟ ଗୃହ ଏକକାଳୀନ ଚଳାଇବା ସମ୍ଭବ ନଥିବାରୁ ଏପରି ନୂଆ ବ୍ୟବସ୍ଥା ଆପଣାଯିବ। ରାଜ୍ୟସଭାର ସଦସ୍ୟମାନେ ଉଭୟ ଲୋକସଭା ଓ ରାଜ୍ୟସଭା ଓ ଗ୍ୟାଲେରୀରେ ବସିବେ। ଲୋକସଭାର ସଦସ୍ୟମାନେ ଲୋକସଭା, ରାଜ୍ୟସଭା ଓ କେନ୍ଦ୍ରୀୟ ହଲ୍‌ରେ ବସିବେ। ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ସମ୍ଭାବନା ଅଛି। ଚଳିତ ମୌସୁମୀ ଅଧିବେଶନ ଲାଗି ଲୋକସଭା ଓ ରାଜ୍ୟସଭା ସଚିବାଳୟ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

Comments are closed.