୪ଦିନ ପାଗ ମେଘୁଆ

ଭୁବନେଶ୍ବର : ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ବର୍ଷା ସହିତ କୁହୁଡ଼ିର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶା ଉପକୂଳ ଜିଲାରେ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ୧୪ ଜିଲାକୁ ଆଇଏମ୍‌ଡି ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆକାଶ ମେଘାଚ୍ଛନ୍ନ ରହୁଥିବାରୁ ଶୀତ କିଛିଟା ବୃଦ୍ଧି ପାଇବ। ସୂଚନା ଅନୁସାରେ ପାଗରେ ପରିବର୍ତ୍ତନ ହେତୁ ଦୁଇଦିନ ହେଲା ଆକାଶ ମେଘୁଆ ରହୁଛି। ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି। ଆଜି ଦକ୍ଷିଣ ଉପକୂଳ ଜିଲା ସମେତ କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ସୋନପୁର,​‌ ବୌଦ୍ଧ, ଅନୁଗୋଳ, ଢ଼େଙ୍କାନାଳ ଆଦି ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ସୋମବାର ସକାଳ ପର୍ଯ୍ୟନ୍ତ ବର୍ଷ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୩ ତାରିଖରେ ପାଗ ଶୁଖିଲା ରହିବ। କିନ୍ତୁ ମଙ୍ଗଳବାର ଠାରୁ ଦିନେ ଦୁଇଦିନ ପର୍ଯ୍ୟନ୍ତ ପୁଣି ବର୍ଷା ହୋଇପାରେ। ଅପରପକ୍ଷେ ୩ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ, ଉପକୂଳ ଓ ଆଭ୍ୟନ୍ତରୀଣ ଜିଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି।

Comments are closed.