କାଠ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଭାଲୁଘର ନିକଟରୁ ମଙ୍ଗଳବାର ସକାଳେ ପାଟଣା ବନ ବିଭାଗ ଶାଳକାଠ ବୋଝେଇ ଏକ ପିକ୍ଅପ୍ ଭ୍ୟାନକୁ ଜବତ କରିଛି। ଚଢେଇଭୋଳରୁ କେନ୍ଦୁଝର ଅଭିମୁଖେ ଏକ ଚୋରା କାଠ ବୋଝେଇ ପିକ୍ଅପ୍ ଭ୍ୟାନ ଯାଉଥିବା ନେଇ  କୌଣସି ସୂତ୍ରରୁ ଖବର ପାଇ ପାଟଣା ବନ ବିଭାଗ କର୍ମଚାରୀ ପିକ୍ଅପ୍ ଭ୍ୟାନକୁ ପିଛା କରି ଭାଲୁଘର ନିକଟରେ ଧରିଛି। ବନ ବିଭାଗ ଗାଡ଼ିକୁ କାଠ ମାଫିଆମାନେ ଦେଖି ପିକ୍ଅପ୍ ଭ୍ୟାନଟିକୁ ସେଠାରେ ଛାଡି ଦେଇ କୌଶଳକ୍ରମେ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇବାକୁ ସକ୍ଷମ ହୋଇଥିଲେ। ବନ ବିଭାଗ କର୍ମଚାରୀ କାଠ ବୋଝେଇ ପିକ୍ଅପ୍ ଭ୍ୟାନଟିକୁ ଜବତ କରି ପାଟଣା ରେଞ୍ଜ ଅଫିସକୁ ଅଣିଥିଲେ। ଏହି ଚଢ଼ାଉରେ ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ, ଖିରେଇଟାଙ୍ଗିରି ବନପାଳ ଅମୁଲ୍ୟ ସେନାପତି, ବନରଖି ଅକ୍ଷୟ ମହାନ୍ତି, ପାରା ସ୍କ୍ବାଡ୍ ଓ ଏଲିଫ୍ୟାଣ୍ଟ ସ୍କ୍ବାଡ୍ ସାମିଲ ହୋଇଥିଲେ। ଜବତ କାଠର ଆନୁମାନିକ ମୂଲ୍ୟ ୫୦ ରୁ ୬୦ ହଜାର ଟଙ୍କା ହେବ ବୋଲି ପାଟଣା ରେଞ୍ଜର ପବିତ୍ର ମୋହନ ନାୟକ ସୂଚନା ଦେଇଛନ୍ତି।

Comments are closed.