ଆସନ୍ତାକାଲି ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‍ ଟୁରରେ ପିଭିଟିଜି ଗ୍ୟାଲେରୀ

ଭୁବନେଶ୍ୱର : କରୋନା ପରିପ୍ରେକ୍ଷୀରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସ୍‍ସିଏସ୍‍ଟିଆରଟିଆଇ)ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଆସନ୍ତାକାଲି (ରବିବାର) ଦିନ ଦର୍ଶକମାନେ ଫେସ୍‍ବୁକ୍‍ ଓ ଟୁଇଟର ପେଜ୍‍ ମାଧ୍ୟମରେ ସଂଗ୍ରହାଳୟ ମଧ୍ୟରେ ଥିବା ପ୍ରାଚୀନତମ ଜନଜାତି (ପିଭିଟିଜି) ଗ୍ୟାଲେରୀକୁ ସଂଦର୍ଶନ କରିପାରିବେ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।
ସଂଗ୍ରହାଳୟରେ ଜନଜାତି କଳା ଓ କଳାବସ୍ତୁର ୫ଟି ଗ୍ୟାଲେରୀ ସହିତ ପିଭିଟିଜି ୱାଲ୍ଡର୍‍ ନାମରେ ଗୋଟିଏ ନୂତନ ପ୍ରଦର୍ଶନୀ ଭବନ ରହିଛି। ଏଥିରେ୧୩ ଗୋଟି ପ୍ରାଚୀନତମ ଜନଜାତି ଯଥା: ବଣ୍ଡା, ଚୁକୁଟିଆ ଭୁଂଜିଆ, ଦିଦାୟୀ, ଡଙ୍ଗରିଆ କନ୍ଧ, ପାହାଡ଼ି ଖରିଆ, ଜୁଆଙ୍ଗ, କୁଟିଆ କନ୍ଧ, ଲୋଧା, ଲାଞ୍ଜିଆ ସଉରା, ମାଙ୍କିରିଡ଼ିଆ, ବିରହୋର, ପାଉଡ଼ିଭୂୟାଁ, ସଉରା ଜନଜାତିଙ୍କ ପ୍ରତିମୂର୍ତି ସହ ସେମାନଙ୍କର ଗୃହ, ଜୀବନଶୈଳୀ ଓ ସଂସ୍କୃତି, ଗୃହର ବିଭିନ୍ନ ଆସବାବପତ୍ର ଆଦି ପ୍ରଦର୍ଶନ କରାଯାଉଛି। ଏହି ଗ୍ୟାଲେରୀରେ ଥ୍ରୀ-ଡି ମାଧ୍ୟମରେ ପ୍ରଦର୍ଶନ ସହିତ କିଓସ୍କରେ ପ୍ରାଚୀନତମ ଜନଜାତିଙ୍କ ସଂପର୍କରେ ସବିଶେଷ ତଥ୍ୟ ରହିଛି।

Comments are closed.