ଅନୁସୂଚୀତ ଜାତି ଓ ଜନଜାତି ବିଭାଗୀୟ ଷ୍ଟାଣ୍ଡିଂ କମିଟି ବୈଠକ

ଭୁବବନଶ୍ୱର: ବିଧାନସଭା ସଚ୍ଚିବାଳୟର ୫୪ ନମ୍ବର ପ୍ରକୋଷ୍ଠରେ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ଜାତିକଲୟାଣ ବିଭାଗୀୟ ଷ୍ଟଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ମୋହନ ଚରଣ ମାଝଙ୍କି ଅଧ୍ୟକ୍ଷତାରେ ଅନୁଷ୍ଟିତ ଉକ୍ତ ବୈଠକରେ ୨୦୧୯-୨୦୨୦ କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତିର କାଯ୍ୟାନ୍ବୟନ ଉପରେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ପିତମ୍ ପାଢୀ, ଚକ୍ରମଣି କଅଁର, ମକରନ୍ଦ ମୁଦୁଲି, ରମେଶ ଚନ୍ଦ୍ର ବେହେରା, ଡ..ସି. ଏସ୍. ରାଜନ୍ ଏକ୍କା, ନାଉରି ନାୟକ, ନବ ଚରଣ ମାଝ,ି ଅନୁସୂଚୀତ ଜାତିଓ ଜନଜାତି ଉନ୍ନୟନ ସଚିବ ରଞ୍ଜନା ଚୋପ୍ରା, ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.