ଏସ୍‍ଏସ୍‍ସି-୨୦୧୭ ପରୀକ୍ଷାଫଳ ପ୍ରକାଶ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

0

ନୂଆଦିଲ୍ଲୀ : ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଷ୍ଟାଫ ସିଲେକସନ କମିସନ (ଏସ୍‍ଏସ୍‍ସି) ସଂଯୁକ୍ତ ଗ୍ରାଜୁଏଟ୍‍ ସ୍ତରୀୟ ଏବଂ ସଂଯୁକ୍ତ ଉଚ୍ଚ ମାଧ୍ୟମିକ ସ୍ତରୀୟ ପରୀକ୍ଷା-୨୦୧୭ ଫଳାଫଳ ପ୍ରକାଶ ଉପରେ ରହିତାଦେଶ ଲାଗୁ କରିଛନ୍ତି। ପ୍ରାଥମିକ ଯାଞ୍ଚରୁ ଏହି ପରୀକ୍ଷା ଏବଂ ଏହାର ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ତ୍ରୁଟି ପରିଲକ୍ଷିତ ହେଉଛି। ଏଣୁ ଏହି ପରୀକ୍ଷା ଦ୍ୱାରା ଉତ୍ତୀର୍ଣ୍ଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ଅନୁମତି ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ୨୦୧୮ ଫେବୃଆରୀରେ ଅନୁଷ୍ଠିତ ସଂଯୁକ୍ତ ଗ୍ରାଜୁଏଟ୍‍ ସ୍ତରୀୟ ପରୀକ୍ଷା ପ୍ରଶ୍ନ ପତ୍ର ପ୍ରଘଟ ଅଭିଯୋଗ ହେବା ପରେ ଏହି ପରୀକ୍ଷାରେ ବ୍ୟାପକ ଅନିୟମିତତା ଲୋକଲୋଚନକୁ ଆସିଥିଲା। ଏହାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସାଧାରଣ ଲୋକଙ୍କୁ ଠକା ଯାଇଥିବା ଅଭିଯୋଗ ହୋଇଥିଲା। ଫଳରେ ମାର୍ଚ୍ଚରେ କେନ୍ଦ୍ର ସରକାର ଏହାର ସିବିଆଇ ତଦନ୍ତ ନିର୍ଦେଶ ଦେଇଥିଲେ। ପ୍ରଶ୍ନପତ୍ର ପ୍ରଘଟ ନେଇ ସିବିଆଇ ମେ’ରେ ୧୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏମାନଙ୍କ ମଧ୍ୟରେ ସିଫି ଟେକ୍ନୋଲୋଜି ପ୍ରାଇଭେଟ୍‍ ଲିମିଟେଡ୍‍ର ୧୦ ଜଣ ଅନ୍ତର୍ଭୁକ୍ତ।

Leave A Reply