ଭାରତ ସ୍କାଉଟ ଓ ଗାଇଡର କର୍ମଶାଳା

କଲମପୁର : କଲମପୁର ବ୍ଲକ ବିଜମରା ସ୍ୱାମୀ ବିବେକାନନ୍ଦ ହାଇସ୍କୁଲ ଠାରେ ଜୋନସ୍ତରୀୟ ତ୍ରିଦିବସୀୟ ସ୍କାଉଟ ଓ ଗାଇଡ ପ୍ରଶିକ୍ଷଣ କର୍ମଶାଳା ଉଦଘାଟିତ ହେଇଯାଇଛି । କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିଶଙ୍କର ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସଭାରେ ସ୍କାଉଟ ଓ ଗାଇଡର ଜାତୀୟ ପ୍ରଶିକ୍ଷକ ତ୍ରିନାଥ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କଲମପୁର ଦୁର୍ଗାମାଧବ ହଇସ୍କୁଲର ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ମୁଣ୍ଡ, ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ତଥା ଜିଲ୍ଲା ସ୍କାଉଟ ଓ ଗାଇଡର ସମ୍ପାଦକ ମହେନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ପ୍ରଶିକ୍ଷକ ଧିରେନ୍ଦ୍ର କୁମାର ପଣ୍ଡା, ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରେମ କୁମାର ପଣ୍ଡା, ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କର୍ମଶାଳାରେ କଲମପୁର, ଜୟପାଟଣା, କୋକସରା ଓ ଥୁଆମୁଳ ରାମପୁର ବ୍ଲକର ୧୩୦ ଜଣ ସ୍କାଉଟ ଓ ଗାଇଡ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିବା ବେଳେ ୩୦ରୁ ଅଧିକ ସ୍କାଉଟ ଓ ଗାଇଡର ଶିକ୍ଷକ-ପ୍ରଶିକ୍ଷକ ଯୋଗ ଦେଇଛନ୍ତି । ଗତ ୧୯୮୮ ମସିହାରେ ଏହି ବିଦ୍ୟାଳୟରେ ସ୍କାଉଟ ଓ ଗାଇଡର ଏକ କର୍ମଶାଳା ଆୟୋଜିତ ହେଇଥିଲା । ପୁଣି ଦୀର୍ଘ ୩୩ ବର୍ଷ ପରେ ଏହି କର୍ମଶାଳା ଆୟୋଜିତ ହେବାରୁ ଅଂଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି । ଏହି କର୍ମଶାଳା ଆୟୋଜନ ଦ୍ୱାରା ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଶୃଙ୍ଖଳିତ ଆଚରଣ ସହ ବିଭିନ୍ନ କୌଶଳ ପ୍ରଦର୍ଶନ ଓ ଅନ୍ୟ ଠାରୁ କିଛି କୌଶଳ ତାଲିମ ନେବା ହେଉଛି ପ୍ରମୁଖ ଉଦ୍ଦେଶ୍ୟ । ଆଂଚଳିକ ସଂସ୍କୃତି ପ୍ରଦର୍ଶନ, ଭିନ୍ନତା ମଧ୍ୟରେ ଏକତା ହିଁ ହେଉଛି ଏହି କର୍ମଶାଳାର ଲକ୍ଷ୍ୟ ବୋଲି ମୁଖ୍ୟଅତିଥି ଶ୍ରୀ ଠାକୁର ମତବ୍ୟକ୍ତ କରିଥିଲେ।

Comments are closed.