ଦିବ୍ୟାଙ୍ଗ ଯୁବତୀଙ୍କୁ ୩ ଚକିଆ ସ୍କୁଟି ପ୍ରଦାନ

0

ଗଂଜାମ: ଗଂଜାମ ଠାରେ ଥିବା ଗ୍ରାସିମ୍ କମ୍ପାନୀର ସହଯୋଗରେ ଛତ୍ରପୁର ସମର୍ଥ କେନ୍ଦ୍ରରେ ରହୁଥିବା ଦିବ୍ୟାଙ୍ଗ ଯୁବତୀ ବବିତା ପ୍ରଧାନଙ୍କୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ୩ ଚକିଆ ସ୍କୁଟି ପ୍ରଦାନ କରିଛନ୍ତି । ବବିତା ସମର୍ଥ କେନ୍ଦ୍ରରେ ୧୫ ବର୍ଷ ହେଲା ରହିଆସୁଥିବା ବେଳେ ସେଠାରେ ରହି ସେ +୩ (କଳା) ପାସ୍ କରିଥିଲେ । ଏବେ ସେ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ସ୍କୁଟି ପ୍ରଦାନ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାସ ଓ କବୀନ୍ଦ୍ର କୁମାର ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ, ଗ୍ରାସିମ୍ କମ୍ପାନୀର ଅଧ୍ୟକ୍ଷ ସୁଶାନ୍ତ ପାରିକ୍ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply