ସ୍କୁଟି ସହ ମଦ ଜବତ, ଜଣେ ଗିରଫ

ଆଠଗଡ: ଆଠଗଡ ଅବକାରୀ ବିଭାଗ ପକ୍ଷରୁ ପୂର୍ବ ସୂଚନା ଆଧାରରେ କନ୍ତୋଲ ସାପୁଆ ପୋଲ ନିକଟରେ ଜଗି ରହିଥିବାବେଳେ ଏକ ସ୍କୁଟିରେ ଚୋରାମଦ ଚାଲାଣ ହେଉଥିବାବେଳେ ତାକୁ ଜବତ କରିଥିବା ଜଣାପଡିଛି। ଅବକାରୀ ନିରୀକ୍ଷକ ସଂଜିତ୍‍ ବାର୍ଲା ଓ ଅନ୍ୟ ଅବକାରୀ କର୍ମଚାରୀ ସାପୁଆ ପୋଲ ନିକଟରେ ଦୃତ ଗତିରେ ଯାଉଥିବା ଏକ ଟିଭିଏସ ଜୁପିଟର ସ୍କୁଟି ଅଟକାଇଥିଲେ। ସେଥିରେ ଚାଲାଣ ହେଉଥିବା ୧୫ଲିଟର ଚୋରା ଦେଶୀମଦ ଜବତ କରିବା ସହ ସ୍କୁଟିକୁ ଜବତ କରିଥିଲେ। ମଦ ଚାଲାଣ କରୁଥିବା ବ୍ୟକ୍ତି ଚୌଦ୍ୱାର ଥାନା ଅନ୍ତର୍ଗତ କପାଳେଶ୍ୱର ମଙ୍ଗଳା ସାହିର ସୂର୍ୟ୍ୟମଣି ବେହେରାଙ୍କ ପୁଅ ଅକ୍ଷୟ କୁମାର ବେହେରାକୁ ଅବକାରୀ ଅଧିକାରୀ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Comments are closed.