ଟିପ୍ପର ଧକ୍କାରେ ସ୍କୁଟି ଆରୋହୀ ମୃତ

ନବରଙ୍ଗପୁର: ଆଜି ନବରଙ୍ଗପୁର ତିରିଲାଆମ୍ବଗୁଡ଼ା ଛକରେ ଏକ ଟିପ୍ପର ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ୩୦ ବର୍ଷୀୟ ଗଣେଶ ମଲ୍ଲିକ। ସେ ଗାନ୍ଧୀ ନଗର ଛକରେ ପାନ ଦୋକାନ କରିଥିବା ସୂଚନା ମିଳିଛି। ସେ ନିଜ ସ୍କୁଟିରେ ନବରଂଗପୁରରୁ ତିରିଲାଆମ୍ବଗୁଡ଼ା ଆଡକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟିପ୍ପର ତାଙ୍କୁ ଧକ୍କା ଦେବା ସହ କିଛି ଦୁରକୁ ଘୋଷାଡ଼ି ନେଇଥିଲା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଘଟଣାସ୍ଥଳରେ ପୁଲିସ ପହଂଚି ଉଭୟ ଟିପ୍ପର ଓ ଦୁର୍ଘଟଣାଗ୍ରସ୍ତ ସ୍କୁଟି ଜବତ କରିବା ସହ ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି।

Comments are closed.