ଚନ୍ଦ୍ର ମାଟିରେ ଚାଷ

ନୂଆଦିଲ୍ଲୀ: ଫ୍ଲୋରିଡା ବିଶ୍ବବିଦ୍ୟାଳୟର ଗବେଷକଦଳ ସ୍ପଷ୍ଟ କରିଛନ୍ତି, ଚନ୍ଦ୍ରରୁ ଆସିଥିବା ମାଟିରେ ଚାରାରୋପଣ କରାଯାଇଛି। ମହାକାଶ ଇତିହାସରେ ଏହା ପ୍ରଥମ ଘଟଣା ଭାବେ ଲିପିବଦ୍ଧ ହେବାକୁ ଯାଉଛି। ଏହି ଉଦ୍ୟମରେ ସେମାନେ ସଫଳ ହୋଇଛନ୍ତି। ଆପୋଲୋ-୧୧, ଆପୋଲୋ-୧୨ ଓ ଆପୋଲୋ-୧୭ ଅଭିଯାନରେ ଚନ୍ଦ୍ରରୁ ଆସିଥିବା ମାଟିରେ ଏହି ଚାରାରୋପଣ ହୋଇଛି। ପୃଥିବୀପୃଷ୍ଠର ଜଳବାୟୁରେ ଚନ୍ଦ୍ରର ମାଟି ଖାପ ଖାଇବ କି ନାହିଁ, ଏ ନେଇ ଗବେଷକ ସନ୍ଦେହରେ ଥିଲେ। ଆମେରିକାର ଗବେଷଣା କେନ୍ଦ୍ର ନାସାରେ ‘ଲୁନାର ଗାର୍ଡେନ୍’ ନାମରେ ଗୋଟିଏ ସ୍ଥାନ ଅଛି। ସେଠି ଚନ୍ଦ୍ରରୁ ଆସିଥିବା ଏହି ମାଟିକୁ ନେଇ ଗବେଷଣା ଚାଲିଛି।

ଜହ୍ନ ମାଟିରେ ଆମ ପୃଥିବୀ ମାଟିକୁ ମିଶାଯାଇ ଚାରା ପାଇଁ ପ୍ରସ୍ତୁତ କରାଗଲା। ଗବେଷକ ଧ୍ୟାନ ଦେଇ ଏହି ମାଟିକୁ ଭାଗଭାଗ କଲେ। କେଉଁ କୁଣ୍ଡରେ ଜହ୍ନ ମାଟିର ପରିମାଣ ଅଧିକ ରହିଲା, ଅନ୍ୟ କେଉଁ କୁଣ୍ଡରେ ପୃଥିବୀ ମାଟିର ପରିମାଣ ବେଶୀ ରହିଲା। ସେସବୁର ଟିକିନିଖି ତଥ୍ୟ ରଖିବା ପରେ ଚାରା ଲଗାଗଲା। ଜହ୍ନ ମାଟିର ପରିମାଣ ଅଧିକ ଥିବା କୁଣ୍ଡରେ ବଢ଼ୁଥିବା ଚାରାଗୁଡ଼ିକ ଖୁବ୍ ଧୀରେ ବଢ଼ିଲେ, ଛୋଟଛୋଟ ରହିଲେ ବୋଲି କହିଛନ୍ତି ଗବେଷକ। ଅନ୍ତତଃ ସେମାନଙ୍କ ଗବେଷଣା ସଫଳ ହୋଇଛି। ଜହ୍ନରେ ଜନବସତିର ଲକ୍ଷ୍ୟ ରଖିଥିବା ପୃଥିବୀବାସିନ୍ଦା ସେଠି ମଧ୍ୟ ସବୁଜିମାରେ ରହିବେ, ଏଥିରେ ଆଉ ସନ୍ଦେହ ନାହିଁ। nn

Comments are closed.