ନୂତନ ବିଜ୍ଞାନଗାର ଉଦଘାଟିତ

ନର୍ଲା : ଜୟଦୁର୍ଗା ନର୍ଲାରୋଡ଼ର ନୂତନ ବିଜ୍ଞାନଗାର ଉଦଘାଟିତ ହେଇ ଯାଇଛି। ଏହି ଅବସରରେ ପୂର୍ବତନ ନର୍ଲା ବ୍ଲକ ଶିକ୍ଷା ଅଧିକାରୀ ତଥା ବର୍ତ୍ତମାନ କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିରୂପମା ଦୋରା ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାଶ, ନର୍ଲା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଜୟସେନ ନିଆଲ ଓ ରୁପ୍ରା ହାଇସ୍କୁଲର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ବେହେରା ଯୋଗଦାନ କରିଥିଲେ। ଏହି ଅବସରରେ ଅନଲାଇନ ମାଧ୍ୟମ ରେ ଆୟୋଜିତ ବିଜ୍ଞାନ ମେଳାରେ ବିଚାରକ ଭାବେ ଯୋଗ ଦାନ କରି ବରିଷ୍ଠ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଇମ୍ରାନ ଅହମ୍ମଦ ଖାଁ ଓ ବିଜ୍ଞାନ ଶିକ୍ଷକ ବିରେନ୍ଦ୍ର କୁମାର ଆଚାର୍ଯ୍ୟ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ। ମୋ ସ୍କୁଲ ଅଭିଯାନ ପ୍ରକଳ୍ପ ମାଧ୍ୟମରେ ନିର୍ମିତ ହେଇଥିବା ବିଜ୍ଞାନଗାରର ମୁଖ୍ୟ ଉଦ୍ୟୋକ୍ତା ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କରଙ୍କ ଉଦ୍ୟମକୁ ଅତିଥି ମାନେ ଭୂୟସୀ ପ୍ରସଂଶା କରି ଥିଲେ।
Related Posts
କାର୍ଯ୍ୟକ୍ରମ ଶେଷରେ ବିଦାୟୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଦୋରାଙ୍କୁ ଗୋଷ୍ଠୀ ବିଜ୍ଞାନ କେନ୍ଦ୍ର ନର୍ଲା ଓ ମାଧ୍ୟମିକ ଶିକ୍ଷକ ସଂଘ ତରଫରୁ ମାନ ପତ୍ର ଓ ଉପଢୌକନ ପ୍ରଦାନ କରା ଯାଇଥିଲା।
Comments are closed.