କଳିଙ୍ଗ ମହାବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ ମେଳା ଉଦଘାଟିତ

ଜି.ଉଦୟଗିରି: ଜାତୀୟ ବିଜ୍ଞାନ ଦିବସ ଅବସରରେ ଜି .ଉଦୟଗିରିର କଳିଙ୍ଗ ମହାବିଦ୍ୟାଳୟ ଓ ଗଣପତି ସାବତ ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ମହାବିଦ୍ୟାଳୟ ପରିସରରେ ୨ ଦିନ ଧରି ଚାଲିବାକୁ ଥିବା ବିଜ୍ଞାନ ପ୍ରଦର୍ଶନୀ ମେଳା ଆଜି ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଧାଂଶୁ ଶେଖର ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଜ୍ଞାନ ମେଳାରେ ମୂଖ୍ୟ ଅତିଥି ଭାବେ ରାଇକିଆ ଜୀବନଜ୍ୟୋତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ପ୍ରଦୀପ କୁମାର ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ବିଜ୍ଞାନ ମେଳାକୁ ଉଦଘାଟନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସର ଶିକ୍ଷକ ବଳରାମ ସାହୁ, ମହାବିଦ୍ୟାଳୟର ବଟାନୀ ଅଧ୍ୟାପକ ଦିଲ୍ଲୀପ ମହାପାତ୍ର ଓ ଫିଜିକ୍ସ ଅଧ୍ୟାପକ ଭେଙ୍କଟ ରମଣ ପଟ୍ଟନାୟକ ମଞ୍ଚାସିନ ଥିଲେ।

ଅତିଥି ବୃନ୍ଦ ବିଜ୍ଞାନର ଆବଶ୍ୟକତା କଣ, ଏହା ଦ୍ବାରା ଆମେ କି ସୁଫଳ ପାଉଛେ ଏବଂ ଏହାର ପାର୍ଶ୍ବ ପ୍ରତିକ୍ରୀୟା କଣ ରହିଛି, ସେ ବିଷୟରେ ନିଜ ନିଜ ବକ୍ତବ୍ୟରେ କହିଥିବା ବେଳେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଆଜିର ମେଳାରେ ସହରର ଉଚ୍ଚ ବିଦ୍ୟାଳୟ ଓ କଳିଙ୍ଗ ମହାବିଦ୍ୟାଳୟର ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ତରଫରୁ ପ୍ରାୟ ୨୫ଟି ପ୍ରକଳ୍ପ ସ୍ଥାନ ପାଇଥିବା ଜଣାପଡିଛି। ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି ବିଜ୍ଞାନ ମେଳାକୁ ଦେଖିବାକୁ ଉପସ୍ଥିତ ଥିଲେ। ଆସନ୍ତା କାଲି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସର ଶିକ୍ଷକ ଶ୍ରୀ ସାହୁ ବିଜ୍ଞାନ ଭିତିକ ମ୍ୟାଜିକ ଦେଖାଇବା ସହ ଏହି କାର୍ଯ୍ୟକ୍ରମ ଉଦଯାପନ ହେବ।

Comments are closed.