MEllora 950×100

ସରସ୍ୱତୀ ଶିଶୁମନ୍ଦିରର ପ୍ରାନ୍ତିୟ ଜ୍ଞାନବିଜ୍ଞାନ ମେଳା

ଆଠଗଡ :  ଆଠଗଡ ସହରର ରାସରସିକପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବୁଧବାର ଓଡିଶା ଶିକ୍ଷା ବିକାଶ ସଂସ୍ଥା ଆନୁକୁଲ୍ୟରେ ପ୍ରାନ୍ତିୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନ ମେଳାରେ ଆଠଗଡ, ତିଗିରିଆ, ବାଙ୍କୀ ଓ ଢେଙ୍କାନାଳ ଅଞ୍ଚଳରେ ଥିବା ସଂସ୍ଥାର ୧୫ଟି ବିଦ୍ୟାଳୟର ମୋଟ ୨୦୨ଜଣ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୯୯ଜଣ ବିଜ୍ଞାନ ମେଳାରେ ନିଜର ପ୍ରକଳ୍ପ ପ୍ରଦର୍ଶନ କରିଥିବାବେଳେ ୧୦୩ଜଣ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ବଡମ୍ବା ମୋହନ ସୁବୁଦ୍ଧି କଲେଜର ଅଧ୍ୟକ୍ଷା ଡଃ ସୁଚିସ୍ମିତା ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଜ୍ଞାନବିଜ୍ଞାନ ମେଳାକୁ ଉଦ୍‌ଘାଟନ କରିଥିଲେ। ଶିକ୍ଷା ବିକାଶ ସଂସ୍ଥାର ସଭାପତି ଶରତ ଚନ୍ଦ୍ର ସାମନ୍ତଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ଉଦୟନାଥ ଶତପଥୀ, ପୁରନ୍ଦର ସାମନ୍ତରାୟ, ପ୍ରକାଶ ଚନ୍ଦ୍ର ଦାଶ ଓ କମଳ ପ୍ରସାଦ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ । ବକ୍ତାମାନେ ବିଜ୍ଞାନର ଉପଯୋଗିତା ଏବଂ ଆଧୁନିକ ଯୁଗରେ ବିଜ୍ଞାନର ଅଗ୍ରଗତି କିପରି ବିଶ୍ୱକୁ ପ୍ରଗତି ପଥରେ ଆଗେଇ ନେଉଛି ସେ ସଂପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ନବକିଶୋର ରାଉତ, ବସନ୍ତ କୁମାର ସିଂହ, ପ୍ରତାପ ଚନ୍ଦ୍ର ପଣ୍ଡା, ନରେନ୍ଦ୍ର ବାରିକ, ପ୍ରିୟବ୍ରତ ପଟ୍ଟନାୟକ ଓ ରଜତ କୁମାର ଦାଶ ବିଜ୍ଞାନ ମେଳାରେ ବିଚାରକ ଭାବେ ପ୍ରକଳ୍ପର ମୂଲ୍ୟାୟନ କରିଥିବାବେଳେ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମକୁ ସୁବାସ ଚନ୍ଦ୍ର ଦାଶ, ଦୁଷ୍ମନ୍ତ ରାଉତ ଓ ତୁଷାର ଗୁରୁଜୀ ପରିଚାଳନା କରିଥିଲେ । ଶେଷରେ ବିଜ୍ଞାନମେଳା ଓ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟା ମନସ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବାବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Comments are closed.