୭ମାସ ପରେ କାଶ୍ମୀରରେ ସ୍କୁଲ ଖୋଲିଲା

ଶ୍ରୀନଗର : ଦୀର୍ଘ ୭ମାସ ପରେ ସୋମବାର କାଶ୍ମୀରରେ ସ୍କୁଲ ଖୋଲିଛି। ଅଗଷ୍ଟ ୫, ୨୦୧୯ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଏଠାରେ ସମସ୍ତ ସ୍କୁଲ ବନ୍ଦ ରହିଥିଲା। ଗତ ନଭେମ୍ବରରେ ସରକାର ସ୍କୁଲଗୁଡିକୁ ଖୋଲିବାକୁ ଚେଷ୍ଟା କରିଥିଲେ; ମାତ୍ର ଏଥିରୁ ଅଳ୍ପ କେତେକ ଖୋଲିଥିଲା। ସାଧାରଣତଃ ଶୀତଋତୁରେ କାଶ୍ମୀରରେ ସ୍କୁଲଗୁଡିକ ୩ମାସ ପାଇଁ ବନ୍ଦ ରହିଥାଏ। ମାତ୍ର ସୁରକ୍ଷା ଦୃଷ୍ଟିକୋଣରୁ ଏଥର ଅଗଷ୍ଟ ମାସରୁ ସ୍କୁଲଗୁଡିକ ବନ୍ଦ ରହିଥିଲା। ଆଜି ସ୍କୁଲ ଖୋଲିବା ପରେ ଉଭୟ ଶିକ୍ଷକ ଓ ଛାତ୍ର ଉତ୍ସାହିତ ଥିବା ଦେଖାଯାଇଛି।

Comments are closed.