ମଝି ରାସ୍ତାରେ ଜଳିଗଲା ସ୍କୁଲ ଭ୍ୟାନ; ୪ ଛାତ୍ର ଜୀବନ୍ତ ଦଗ୍ଧ

ଅମୃତସର: ପଞ୍ଜାବର ସଙ୍ଗରୁର ଅଞ୍ଚଳରେ ଶନିବାର ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ସ୍କୁଲ ଭ୍ୟାନରେ ନିଆଁ ଲାଗିଯିବାରୁ ୪ ଛାତ୍ର ଜୀବନ୍ତ ଜଳିଯାଇଛନ୍ତି। ସୂଚନା ଅନୁସାରେ, ସ୍କୁଲ ଛୁଟି ହେବା ପରେ ଛାତ୍ରମାନେ ଘରକୁ ଯିବାକୁ ବାହାରିଥିଲେ। ଏକ ଭ୍ୟାନରେ କିଛି ଛାତ୍ର ଯାଉଥିଲେ। ମାତ୍ର ବାଟରେ ଉକ୍ତ ଭ୍ୟାନରେ ନିଆଁ ଲାଗିଯାଇଥିଲା। ଭ୍ୟାନରେ ପ୍ରାୟ ୨୦ ଛାତ୍ର ଥିଲେ। ନିଆଁ ଲାଗିବା କ୍ଷଣି ସ୍ଥାନୀୟ ଲୋକଙ୍କ ସହାୟତାରେ ପିଲାମାନଙ୍କୁ ଗାଡ଼ିରୁ ବାହାର କରାଯାଇଥିଲା। କିନ୍ତୁ ଉଦ୍ଧାର ପୂର୍ବରୁ ୪ ଛାତ୍ର ଭ୍ୟାନ ଭିତରେ ଜଳିଯାଇଥିଲେ। ଏହି ଘଟଣା ପୂରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।

Comments are closed.