ବିଦ୍ୟାଳୟ ରୁପାନ୍ତରିକରଣ କାର୍ଯ୍ୟ ସମୀକ୍ଷା

ଚୌଦ୍ୱାର : କଟକ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ୫-ଟି ଅଧିନ ବିଭିନ୍ନ ବିଦ୍ୟାଳୟର ରୂପାନ୍ତରିକରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି । ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର ଶନିବାର ଦିନ ଚୌଦ୍ୱାର ସହରାଞ୍ଚଳର କଳିଙ୍ଗ ବିଦ୍ୟାପୀଠ, ଦୌଲତାବାଦସ୍ଥିତ ନିଗମାନନ୍ଦ ବିଦ୍ୟାପୀଠ, କଖଡ଼ି ନୋଡାଲ ହାଇସ୍କୁଲ ଆଦିକୁ ଯାଇ ବିଦ୍ୟାଳୟ ଗୁଡ଼ିକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ଅନୁଦାନ ଅର୍ଥର ବିନିଯୋଗ ଉପରେ ସମୀକ୍ଷା କରିଥିଲେ । ରୂପାନ୍ତରିକରଣ ପାଇଁ ବାକି ରହିଥିବା କାର୍ଯ୍ୟକୁ ଶିଘ୍ର ସମ୍ପୂର୍ଣ୍ଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟିକୁ ଶ୍ରୀ କର ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ଅଧିକାରୀ ବୃନ୍ଦ, ବିଦ୍ୟାଳୟ ଗୁଡ଼ିକର ପରିଚାଳନା କମିଟି ସଦସ୍ୟ ଓ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Comments are closed.