ସ୍କୁଲ୍ ଛାତ୍ର କାଠ ବୁହାଉଥିବା ଭିଡିଓ ଭାଇରାଲ

ଦ୍ୱାରଶୁଣି : ସରକାରଙ୍କ ନିର୍ଦ୍ଧେଶକୁ ଖାତିର କରୁ ନାହାଁନ୍ତି ଶିକ୍ଷକ। ସର୍ବଶିକ୍ଷା ଅଭିଯାନକୁ ଦଳିମକଚି ଦେଉଛନ୍ତି। ବିଦ୍ୟାଳୟରେ ପାଠ ପଢ଼ା ବ୍ୟତୀତ ଅନ୍ୟ କୋୖଣସି କାର୍ଯ୍ୟରେ ଛାତ୍ରଛାତ୍ରୀମାନଙ୍କୁ ନିୟୋଜନ ନ କରାଇବା ପାଇଁ ଗଣ ଶିକ୍ଷା ରୋକଠୋକ ମନା ବି କରିଛନ୍ତି। କିନ୍ତୁ ମୟୁରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ନୋଧନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକମାନେ ୩ଜଣ ଛାତ୍ରଙ୍କୁ କାଠ ଆଣିବାକୁ ପଠାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଛାତ୍ରମାନେ କାଠ ବୁହାଉଥିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସେ ନିଜ ଭୁଲକୁ ସ୍ବିକାର କରିଥିଲେ । କୁଳିଅଣା ବି.ଇ.ଓ. ମୋନମୋହନ ହେମ୍ବ୍ରମଙ୍କୁ ପଚାରିବାରୁ ସେ କହିଥିଲେ ଯେ ମ୍ୟାଡମ ନିଜ ଦୋଷ ସ୍ବିକାର କରିଛନ୍ତି ଏବଂ ତଦନ୍ତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.