ସ୍କୁଲରେ ଆରମ୍ଭ ହେବ ‘କିଚେନ୍‍ ଗାର୍ଡ଼େନ୍‍’ ଅଭିଯାନ

ସ୍କୁଲ ପରିସରରେ ଥିବା ବଗିଚାରେ ହେବ ପନିପରିବା ଫସଲ ଚାଷ

ଭୁବନେଶ୍ବର : ରାଜ୍ୟ ସରକାର ସ୍କୁଲ ଗୁଡ଼ିକରେ କିଚେନ୍‍ ଗାର୍ଡ଼େନ୍‍ ବା ପୋଷେଣ ବଗିଚା ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ମଧ୍ୟାହ୍ନ ଭୋଜନ ଯୋଜନା ଅଧୀନରେ ଏହା ଆରମ୍ଭ ହେବାକୁ ଯାଉଛି। ସ୍କୁଲ ପରିସରରେ ଥିବା ବଗିଚାରେ ଭଣ୍ଡା, ବାଇଗଣ, କଦଳୀ, ଭେଣ୍ଡି ଆଦି ପନିପରିବା ଫଳିବ। ଏଥିପାଇଁ ରାଜ୍ୟର ୪୩ ହଜାର ବିଦ୍ୟାଳୟକୁ ୫ ହଜାର ଲେଖାଏଁ ଟଙ୍କା ଦିଆଯାଇଛି। ରାଜ୍ୟ ଉଦ୍ୟାନ କୃଷି ବିଭାଗ ବିଦ୍ୟାଳୟଗୁଡ଼ିକୁ ଆବଶ୍ୟକ ସରଞ୍ଜାମ ଯୋଗାଇ ଦେବେ। ସ୍କୁଲ୍‍ ପରିସରରେ ବିଭିନ୍ନ ପନିପରିବା ଫସଲ ଲଗାଯିବ।

କରୋନା ସଂକ୍ରମଣକୁ ନେଇ ବନ୍ଦ ଥିବା ବିଦ୍ୟାଳୟ ଖୋଲିଲେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ସ୍କୁଲ୍‍ ପରିସରରେ ଚାଷ କରାଯାଇଥିବା ପନିପରିବାକୁ ବ୍ୟବହାର କରାଯାଇପାରିବ। ବିଦ୍ୟାଳୟଗୁଡ଼ିକ ଖୋଲିବା ପରେ ଛାତ୍ରଛାତ୍ରୀମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯିବ।

Comments are closed.