ଆସନ୍ତା ୩ ରୁ ହିଁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ – ମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ୩ ରୁ ହିଁ ଖୋଲିବ ପ୍ରଥମ ରୁ ପଞ୍ଚମ ଶ୍ରେଣୀ।  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି। ନୋଡାଲ ଅଧିକାରୀ ମାନେ ଜିଲ୍ଲା ବୁଲୁଛନ୍ତି। ଡିଇଓ ଓ ବିଇଓଙ୍କ ସହ ସଚିବ ବୈଠକ କରୁଛନ୍ତି। ଯିଏ ଚାହିଁବେ ସେମାନେ ଅନଲାଇନରେ କ୍ଲାସ କରିପାରିବେ। ସ୍କୁଲ କ୍ୟାମ୍ପସ ସଫା ରଖାଯାଇଛି। ଗହଳିରୁ ପିଲାମାନଙ୍କୁ ଗହଳିରୁ ଦୂରେଇ ରଖନ୍ତୁ। ୨୦୨୨ରେ ଠିକ ସମୟରେ ପରୀକ୍ଷା ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଜାନୁଆରୀ ୩ ରୁ ପ୍ରାଥମିକ ବିଦ୍ୟାଳୟ ଖୋଲା ହେବା ପାଇଁ ଡିସେମ୍ବର ୨୮ରେ ନିଷ୍ପତ୍ତି ନିଆଯାଇଥିଲା। ସକାଳ ୯ଟା ରୁ ଦିନ ୧୨ ଯାଏଁ ପିଲାଙ୍କ ପାଠ ପଢା ପାଇଁ ସମୟ ନିର୍ଦ୍ଧାରିତ ହୋଇ ଥିବା ବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଖୋଲା ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

Comments are closed.