ସେପ୍ଟେମ୍ବରରୁ ଖୋଲିପାରେ ସ୍କୁଲ; ପ୍ରଥମ ପର୍ଯ୍ୟାୟରେ ୧୦ମରୁ ଦ୍ବାଦଶ

ନୂଆଦିଲ୍ଲୀ: ଆସନ୍ତା ମାସରୁ ଖୋଲିପାରେ ସ୍କୁଲ । କେନ୍ଦ୍ର ସରକାରଙ୍କ ମନ୍ତ୍ରିସ୍ତରୀୟ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତୟୀ ହର୍ଷବର୍ଧନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏ ସମ୍ପର୍କରେ ପ୍ରାରମ୍ଭିକ ବିଚାରାଲୋଚନା କରିଛି । ପ୍ରଥମ ପର୍ଯ୍ୟାୟରେ ଉଚ୍ଚ ଶ୍ରେଣୀର ଛାତ୍ରଛାତ୍ରୀ ଅର୍ଥାତ୍ ୧୦ମରୁ ଦ୍ବାଦଶ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ଆସିବାକୁ ଅନୁମତି ମିଳିପାରେ। ପରବର୍ତୀ ପର୍ଯ୍ୟାୟରେ ଷଷ୍ଠରୁ ୯ମ ଓ ଅକ୍ଟୋବର ୧ ବେଳକୁ ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ପାଠପଢ଼ିବା ନିମନ୍ତେ ସୁଯୋଗ ଦିଆଯାଇପାରେ । ଏଥିପାଇଁ କେତେକ ସର୍ତ ରହିବ ।

ଟେଲିଗ୍ରାଫରେ ପ୍ରକାଶିତ ଖବର ଅନୁସାରେ ସେପ୍ଟେମ୍ବର ୧ କିମ୍ବା ୫ରୁ ସ୍କୁଲ ଖୋଲିପାରେ । ପ୍ରଥମ ୧୫ ଦିନ କେବଳ ୧୦ମ, ଏକାଦଶ ଓ ଦ୍ବାଦଶ ଶ୍ରେଣୀର ପିଲାମାନଙ୍କୁ ସ୍କୁଲ ଆସିବାକୁ ଅନୁମତି ମିଳିପାରେ ।

ସ୍କୁଲ ଦୁଇ ସିଫ୍ଟରେ ଚାଲିବ । ଗୋଟିଏ ସିଫ୍ଟ ୮ଟାରୁ ୧୧ଟା ଓ ଦ୍ବିତୀୟ ସିଫ୍ଟ ୧୨ଟାରୁ ୩ଟା ପର୍ଯ୍ୟନ୍ତ ପାଠପଢ଼ା ହେବ । ମଝିରେ ୧ ଘଣ୍ଟା ବିରତି ରହିବ ଓ ଏହି ସମୟରେ ଶ୍ରେଣୀଗୃହ ସାନିଟାଇଜ୍ କରାଯିବ ।

Comments are closed.