ଗୋଷ୍ଠୀ କେନ୍ଦ୍ରରେ ଚାଲିବ ହାଟପଦାପଡା ବିଦ୍ୟାଳୟ

ଲାଠୋର: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଳକ ଅଧିନସ୍ଥ ଲାଠୋର ଗୋଷ୍ଠି କେନ୍ଦ୍ରରେ ଦିର୍ଘ ମାସ ଧରି ବିଦ୍ୟାଳୟ ଚାଲୁଥିବାରୁ ଗୋଷ୍ଠି କେନ୍ଦ୍ରରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଦେଖାଯାଉଛି। ସରକାର ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ବିଦ୍ୟାଳୟ ଭିତ୍ତି ଭୂମି ସ୍ଥାପନ କରିବା ସହିତ କୋଠା, ଖାଦ୍ୟ, ପାନୀୟ ଜଳ, ପୋଷାକ, ବହି ଇତ୍ୟାଦି ଯୋଗାଇ ଦେଉଥିବା ବେଳେ ବିଭାଗୀୟ ଅବହେଲା ହେତୁ ଅନେକ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଯୋଗୁଁ ଗୋଟିଏ ଗୋଟିଏ କୋଠରୀରେ ଦୁଇଟି ଶ୍ରେଣୀର ପିଲା ପାଠ ପଢ଼ୁଛନ୍ତି ତ ଆଉ କେଉଁ ବିଦ୍ୟାଳୟ ଗୋଷ୍ଠି କେନ୍ଦ୍ର ମାନଙ୍କରେ ଚାଲୁଥିବା ଦେଖାଯାଉଛି। ସୂଚନା ଅନୁଯାୟୀ ଲାଠୋରରେ ୧୯୭୯ ମସିହାରେ ସ୍ଥାପିତ ହୋଇଥିବା ହାଟପଦାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଦିର୍ଘ ମାସ ହେବ ଗୋଷ୍ଠୀ କେନ୍ଦ୍ରରେ ଚାଲୁଛି। ବିଦ୍ୟାଳୟର ନିଜସ୍ୱ ଜାଗା ରହିଥିଲେ ହେଁ ସେଠାରେ ଶ୍ରେଣୀ କୋଠରୀର ଅଭାବ ରହିଛି। ବିଦ୍ୟାଳୟ ପାଚେରିକୁ ଲାଗି ବିଦ୍ୟୁତ ଟ୍ରାନ୍ସ‘ର୍ମର ରହିଛି। ‘ଳରେ ପାଠ ପଢ଼ାରେ ବ୍ୟାଘତ ସୃଷ୍ଟି ହେବା ସହ ବିଦ୍ୟୁତ ଟ୍ରାନ୍ସ‘ର୍ମର ଯୋଗୁଁ ପିଲାଙ୍କ ଜୀବନ ବିପଦରେ ଥିବା ନେଇ ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଥିଲା।

ଖବର ପ୍ରକାଶ ପାଇବା ପରେ ବିଭାଗ ତତ୍ପରତା ପ୍ରକାଶ କରି ଖପ୍ରାଖୋଲ ବ୍ଳକ ଶିକ୍ଷା ଅଧିକାରୀ ତାଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୦୧୩ ତା.୧୨/୦୭/୨୦୧୯ ରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସେଠାରେ ପିଲାମାନଙ୍କୁ ପାଠ ନପଢ଼ାଇ ନିକଟରେ ଥିବା ଗୋଷ୍ଠି କେନ୍ଦ୍ରରେ ପିଲାମାନଙ୍କୁ ପାଠ ପଢ଼ାଇବାକୁ ନିର୍ଦ୍ଦେଶ ଦେବା ସହ ପତ୍ର ସଂଖ୍ୟା ୧୦୧୪ ତା.୧୨/୦୭/୨୦୧୯ ରେ ଲାଠୋର ସରପଞ୍ଚଙ୍କୁ ଚିଠି କରି ଗୋଷ୍ଠି କେନ୍ଦ୍ରକୁ ପିଲା ପାଠ ପଢ଼ିବା ଭଳି ଉପଯୋଗୀ କରିବାକୁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧ କ୍ରମେ ଲାଠୋର ସରପଞ୍ଚ ପ୍ରବିଣ କୁମାର ଅଗ୍ରୱାଲ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଗୋଷ୍ଠି କେନ୍ଦ୍ରକୁ ବିଦ୍ୟାଳୟ ଉପଯୋଗୀ କରି ସେଠାରେ ପାଠ ପଢ଼ା ଆରମ୍ଭ କରାଗଲା।

ଇତି ମଧ୍ୟରେ ରାଜନେତା ମାନେ, ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ସତ୍ୟନାରାୟଣ ଭୋଇ ତଥା ବିଭାଗୀୟ ଅଧିକାରୀମାନେ ପରିଦର୍ଶନରେ ଆସି ସମସ୍ତ ସମସ୍ୟା ଉପରେ ଅବଗତ ହୋଇଥିଲେ ହେଁ ବିଦ୍ୟାଳୟକୁ ବ୍ୟବହାର ଉପଯୋଗି କରିବା ଦିଗରେ କୌଣସି ପ୍ରକାର ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏହି ଅତିତ ନିକଟ ତା.୧୮/୨/୨୦୨୦ ରେ ଜିଲ୍ଲା ମନିଟରିଂ ଟିମ ଏହି ବିଦ୍ୟାଳୟକୁ ପହଞ୍ଚି ବିଭିନ୍ନ ଦିଗ ଉପରେ ଅନୁ୍ମାନ କରିଥିଲେ। ବିଦ୍ୟାଳୟ ସମସ୍ୟା ନେଇ ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ଶବର ଏବଂ ସିଆରସିସି କୁଞ୍ଜବିହାରୀ ସରାପ ଟିମକୁ ଅବଗତ କରିଥିଲେ। ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ମ୍ମ ବିଦ୍ୟାଳୟ ପକ୍ଷରୁ ସମସ୍ୟାର ସମାଧାନ ପାଇଁ କୁହାଗଲେ ସେମାନେ ସମସ୍ୟାର ସମାଧାନ ଦିଗରେ ଆମେ ପଦକ୍ଷେପ ଗ୍ରହଣ କରିଛୁ। ଧିରେ ଧିରେ ସବୁ ସମାଧାନ ହୋଇଯିବ ବୋଲି କହି କଥାକୁ ଏଡାଇ ଦେଉଛନ୍ତି। ବିଦ୍ୟାଳୟର ନିଜସ୍ୱ କେତେ ଜମି ରହିଛି ତାର ସୀମା ନିର୍ଦ୍ଧାରଣ କରି ସେଠାରେ ବିଦ୍ୟାଳୟ କୋଠା ନିର୍ମାଣ କରି ଗୋଷ୍ଠି କେନ୍ଦ୍ରରୁ ବିଦ୍ୟାଳୟକୁ ସ୍ଥାନାନ୍ତର କରିବା ପାଇଁ ସାଧାରଣରେ ଦାବୀ ହେଉଛି।

Comments are closed.