ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସ୍କୁଲ୍ ପରିଦର୍ଶନ

ରେଙ୍ଗାଲି କ୍ୟାମ୍ପ : ଦୀର୍ଘ ୧୦ମାସ ଧରି ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବା ପରେ ପିଲାମାନଙ୍କ ଭବିଷ୍ୟତକୁ ଦୃର୍ଷ୍ଟିରେ ରଖି ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଖୋଲିବା ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ କରୋନା ସଂକ୍ରମଣର ଭୟ ଏବେ ବି ରହିଥିବାରୁ ପ୍ରତି ବିଦ୍ୟାଳୟ ଗୁଡିକରେ ଏସଓପି ନିୟମ ପାଳନ କରାଯିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି। ତେଣୁ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମିତ୍ରଭାନୁ କଚ୍ଛପ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡ଼ିକ ପରିଦର୍ଶନ କରୁଛନ୍ତି। ପ୍ରତି ଦିନ ସେ  ବହୁତ ଗୁଡ଼ିଏ ସ୍କୁଲ୍ ପରିଦର୍ଶନ କରୁଛନ୍ତି। ଗତକାଲି ସେ ଟୋପ, ପାହାଡ ଶ୍ରିଗିଡ଼ା, ସିଂହପାଲି, ରେଙ୍ଗାଲି ଓ ଅତାବିରା ନୋଡାଲ ସ୍କୁଲ୍ କୁ ପରିଦର୍ଶନ କରିଥିଲେ ଠିକ୍ ସେହିପରି ଆଜି ସେ ପତ୍ରାପାଲି, ଜିଲିମିଣ୍ଡା,ଲରମ୍ଭା ,କାଦୋବାହାଲ୍ ଓ ଝରାପାଲି ଆଦି ସ୍କୁଲ୍ ଗୁଡିକୁ ପରିଦର୍ଶନ କରିଥିଲେ। ସେ ସ୍କୁଲ୍ ଖୋଲିବା ଦିନ ଠାରୁ ତତ୍ପରତା ସହ ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ତଥା ସେମାନଙ୍କ ପାଠପଢ଼ା ବ୍ୟବସ୍ଥା ସବୁ ବିଦ୍ୟାଳୟ ମାନଙ୍କରେ ଠିକ୍ ଅଛି କି ନାହିଁ ତାହା ଧ୍ୟାନ ଦେଉଛନ୍ତି। ପିଲାମାନେ ମାସ୍କ ପିନ୍ଧିବା,ସାମାଜିକ ଦୂରତା ରକ୍ଷା କରିବା, ହାତକୁ ସାନିଟାଇଜ୍ କରିବା ବା ହାତ ଧୋଇବା, ଶୌଚାଳୟ ଗୁଡ଼ିକ ଠିକ୍  ଭାବରେ ବା ବ୍ୟବହାର ଯୋଗ୍ୟ ଅଛି କି ନାହିଁ ଏସବୁ ବ୍ୟବସ୍ଥା ଗୁଡ଼ିକ ସେ କଡା କଡ଼ି ଭାବେ ଯାଞ୍ଚ୍ କରୁଛନ୍ତି। ଯେଉଁ ବିଦ୍ୟାଳୟ ଗୁଡିକରେ ଏସବୁ ବ୍ୟବସ୍ଥା ନାହିଁ ସେଠାରେ ତୁରନ୍ତ କରିବା ପାଇଁ ସେ ପରାମର୍ଶ  ଦେଉଥିବା ଜଣାପଡିଛି। ଶ୍ରୀଯୁକ୍ତ କଚ୍ଛପ ତାଙ୍କର କର୍ତ୍ତବ୍ୟରେ ଟିକେ ବି ଅବହେଳା ନକରି ଜଣେ କର୍ମଯୋଗୀ  ମଣିଷ ଭାବରେ ପ୍ରତିଦିନ ବିନା ବିଶ୍ରାମରେ ସେ ବିଦ୍ୟାଳୟ ଗୁଡ଼ିକର ବ୍ୟବସ୍ଥା ଗୁଡ଼ିକ ସଜାଡ଼ିବାରେ ଲାଗିଛନ୍ତି। ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ +୨କଲେଜ ଗୁଡ଼ିକର ରେପୋର୍ଟ୍ ଦେଲା ପରେ ରାଜ୍ୟ ସରକାର ବନ୍ଦ ଥିବା ବିଦ୍ୟାଳୟ ଗୁଡ଼ିକ ଖୋଲିବେ ନା ନାହିଁ ତାହା ଚିନ୍ତା କରିବେ ବୋଲି ଜଣାପଡିଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଜିଲ୍ଲା ବିଜ୍ଞାନ ସମ୍ପାଦକ ମନୋଜ ସାହୁ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ  ଶ୍ରୀ ଆଶୁତୋଷ ଦେ ପରିଦର୍ଶନରେ ଯାଇଥିଲେ।

Comments are closed.