ନବୋଦୟ ସ୍କୁଲରେ ୮୨ କରୋନା ପଜିଟିଭ୍

ଡେରାଡୁନ: ନବୋଦୟ ସ୍କୁଲରେ କରୋନା ଆତଙ୍କ । ଏକାଥରେ ନବୋଦୟ ବିଦ୍ୟାଳୟରୁ ୮୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏପରି ଏକ ଖବର ଉତ୍ତରାଖଣ୍ଡର ନୈନିତାଲର ଜବାହର ନବୋଦୟ ବିଦ୍ୟାଳୟରୁ ଆସିଛି । ସୂଚନା ଅନୁସାରେ ପୂର୍ବରୁ ସ୍କୁଲର ପ୍ରଧାନଶିକ୍ଷକଙ୍କ ସହ ୮ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ସ୍କୁଲରୁ କରୋନା ସଂକ୍ରମିତ ବାହାରିବା ପରେ ସମସ୍ତଙ୍କ କୋଭିଡ ପରୀକ୍ଷା କରାଯାଇଥିଲା ।

ଯାହା ଫଳରେ ବର୍ତ୍ତମାନ ୮୨ଜଣଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି । ଆହୁରି କିଛି ପିଲାଙ୍କ ମଧ୍ୟ ରିପୋର୍ଟ ଆସିନାହିଁ । ତେବେ ଆଗକୁ ଆହୁରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପଢ଼ିବାରେ ବୋଲି ଅନୁମାନ କରାଯାଉଛି । ସୂଚନା ମୁତାବକ ସ୍କୁଲରେ ମୋଟ୍ ୪୮୮ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ଏବଂ ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ପିଲା ଥଣ୍ଡା ଜ୍ବରରେ ପୀଡ଼ିତ ଅଛନ୍ତି ।

Comments are closed.