ବାଙ୍କୀରେ ବନ୍ଦ ହେଲା ୩୭ ପ୍ରାଥମିକ ବିଦ୍ୟାଳୟ

ଏନ.ଏ.ସିରେ ୩, ଡମପଡା ବ୍ଲକରେ ୧୪ ଓ ବାଙ୍କୀ ବ୍ଲକରେ ୨୦

ବାଙ୍କୀ : କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଅଧିନ ବାଙ୍କୀ ବ୍ଲକ ଓ ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନରେ ପରିଚାଳିତ ହେଉଥିବା ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୩୭ଟି ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇଥିବା ସୂଚନା ମିଳିଛି। ସମ୍ପୃକ୍ତ ବିଦ୍ୟାଳୟଗୁଡିକ ନିକଟସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହିତ ମିଶ୍ରଣ କରାଯାଇ ବନ୍ଦ ହୋଇଥିବା ବିଦ୍ୟାଳୟର ବିଦ୍ୟାର୍ଥିମାନେ ଲିଡିଙ୍ଗ୍‍ ବିଦ୍ୟାଳୟରେ ଅଧ୍ୟୟନ କରିବେ ବୋଲି ସୂଚନା ପ୍ରକାଶ ପାଇଛି। ସେହିପରି ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ମିଶ୍ରଣ ହୋଇଥିବା ବିଦ୍ୟାଳୟରେ କାର୍ଯ୍ୟ କରିବେ ବୋଲି ଜଣାପଡିଛି। ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟରେ ୨୦ଜଣରୁ କମ ପିଲା ନାମ ଲେଖାଇ ପାଠ ପଢୁଥିବା ବିଦ୍ୟାଳୟଗୁଡିକୁ ବନ୍ଦ କରିଛନ୍ତି।

Comments are closed.