ବାଜପେୟୀଙ୍କ ବିୟୋଗରେ  ଶୁକ୍ରବାରଦିନ ସମସ୍ତ ସ୍କୁଲ , କଲେଜ ଓ ସରକାରୀ କାର୍ଯ୍ୟାଳୟରେ ଛୁଟି ଘୋଷଣା କଲେ ରାଜ୍ୟ ସରକାର

0

ଭୁବନେଶ୍ୱର/କଟକ. ପୂର୍ବତନ ପ୍ରଧାନମନ୍ତ୍ରୀ  ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ମୃତ୍ୟୁ  ପରେ ଶୁକ୍ରବାରରେ ରାଜ୍ୟ ସରକାର ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି ।  ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସେହିପରି ସମସ୍ତ ସରକାରୀ କାର୍ଯ୍ୟାଳୟକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି ।  ସରକାରୀ କାର୍ଯ୍ୟାଳୟରେ ଲାଗିଥିବା ଜାତୀୟ ପତାକା ଅର୍ଦ୍ଧ ନମିତ ରହିବ । ୭ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ।

Leave A Reply