ସ୍କୁଲ ବସ ରେଡିଏଟର ଫାଟି ୪ଜଣ ଛାତ୍ର ଆହତ

0

ବ୍ରହ୍ମପୁର: ଏକ ସ୍କୁଲ ବସର ରେଡିଏଟର ଫାଟି ୪ ଜଣ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନାନୁଯାୟୀ, ବ୍ରହ୍ମପୁର ସହରରେ ଥିବା ଅକ୍ସପୋର୍ଡ ପବ୍ଲି ସ୍କୁଲର ଏକ ବସ ଛାତ୍ରମାନଙ୍କୁ ନେଇ ବିଦ୍ୟାଳୟ ଯାଉଥିବା ବେଳେ  ହଠାତ ଗାଡିର ରେଡିଏଟର ରୁ ଧୁଆଁ ବାହାରି ଫାଟି ଯାଇଥିଲା । ଫଳରେ ଏଥିରେ ଥିବା ଗରମ ପାଣି ଛାତ୍ରଙ୍କ ଉପରେ ପଡି ୪ ଜଣ ଛାତ୍ର ଆହତ ହୋଇଛନ୍ତି । ତେବେ ଏହି ଅଘଟଣର କାରଣ ଜଣାପଡି ନଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ ।

Leave A Reply