ବନ୍ଦ ହେବ ନାହିଁ ୨୦ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୨୦ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ କରିବା ନେଇ ହୋଇଥିବା ନିଷ୍ପତିକୁ ସ୍ଥଗିତ ରଖାଯାଇଛି। ଶନିବାର ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେ ପୂର୍ବରୁ ୨୦ ରୁ କମ ଶିକ୍ଷାର୍ଥୀ ଥିବା ବିଦ୍ୟାଳୟ ବନ୍ଦ ନେଇ ଯୋଜନା ହୋଇଥିଲେ ମଧ୍ୟ ବର୍ତମାନ ଏହାକୁ କାର୍ଯ୍ୟକାରୀ କରାଯିବ ନାହିଁ। ଏତଦ୍ ବ୍ୟତୀତ ଆସନ୍ତା ସୋମବାର ଠାରୁ ବିଦ୍ୟାଳୟମାନଙ୍କରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଜୁଲାଇ ୧୫ ଯାଏଁ ଏହା ଜାରି ରହିବ। ପ୍ରଥମରୁ ହାଇସ୍କୁଲ ପର୍ଯ୍ୟନ୍ତ ସମସ୍ତ ସରକାରୀ ବିଦ୍ୟାଳୟରେ ନାମ ଲେଖା ହେବ। ନାମ ଲେଖାଇବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୫ ଜଣଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରଖି ଶିକ୍ଷକ ନାମଲେଖା ପ୍ରକ୍ରିୟା କରାଇବେ।

Comments are closed.