ବଢୁଥିବା ଖରାକୁ ଦେଖି ବଦଳିଲା ସ୍କୁଲ ସମୟ

ଭୁବନେଶ୍ବର: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ଦୀର୍ଘ ମାସ ଧରି ବନ୍ଦ ରହିଥିଲା। କରୋନାର ପ୍ରକୋପ ହ୍ରାସ ପାଇବା ପରେ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ପାଇଁ ସ୍କୁଲ ଖୋଲିଥିଲା। ଆଜି ରାଜ୍ୟରେ ପ୍ରତିଦିନ ବଢୁଥିବା ଖରାକୁ ଦେଖି ସକାଳୁଆ ସ୍କୁଲର ସମୟ ପରିବର୍ତ୍ତନ ଆଣିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏଣିକି ସକାଳୁଆ ସ୍କୁଲ ସକାଳ ୭ରୁ ଦିନ ୧୨ ପର୍ଯ୍ୟନ୍ତ ହେବ ବୋଲି କୁହାଯାଇଛି। ଗ୍ରୀଷ୍ମ ପ୍ରବାହ ଯୋଗୁ ବିଦ୍ୟାଳୟଗୁଡ଼ିକର ସମୟରେ ପରିବର୍ତ୍ତନ କରାଯାଇଛି । ନବମ ଓ ଏକାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟଗୁଡ଼ିକରେ ପୂର୍ବବତ ପୂର୍ବାହ୍ନ ୭ଟାରୁ ୯ଟା ପର୍ଯ୍ୟନ୍ତ ପାଠପଢ଼ା ହେବ। କିନ୍ତୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟଗୁଡ଼ିକରେ ସକାଳ ୯ଟାରୁ ଅପରାହ୍ମ ୧ଟା ପରିବର୍ତ୍ତେ ପୂର୍ବାହ୍ନ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶିକ୍ଷାଦାନ କରାଯିବ ବୋଲି ବିଭାଗ ସୂତ୍ରରୁ ପ୍ରକାଶ କରାଯାଇଛି।
ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ସମୟ ପରିବର୍ତ୍ତନ କରାଯାଇଛି। ଏଣିକି ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ ବୋଲି କୁହାଯାଇଛି। ଅପରପକ୍ଷରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ସମୟକୁ ଅପରିବର୍ତ୍ତିତ ରଖାଯାଇଛି। ସେମାନଙ୍କ ପାଠପଢ଼ା ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ହେବ ବୋଲି ସୂଚନା ଦିଆଯାଇଛି।
ଗ୍ରୀଷ୍ମପ୍ରବାହ ଯୋଗୁ ଏବେ ଦିନକୁ ଦିନ ତାତି ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ତାପମାତ୍ରା ବୃଦ୍ଧି ପାଉଥିବାରୁ ପୂର୍ବାହ୍ନ ୧୦ଟା ପରେ ପ୍ରବଳ ଖରା ଅନୁଭୂତ ହେଉଛି। ଫଳରେ ଟାଣ ଖରାରେ ଛାତ୍ରଛାତ୍ରୀମାନେ ସ୍କୁଲରେ ପାଠପଢ଼ିବା ନେଇ ସମସ୍ୟା ସୃଷ୍ଟି ହୋଇଛି। ଯାହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଥିଲା। ଦିନକୁ ଦିନ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସ୍କୁଲ ସକାଳ ୭ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ ନିଷ୍ପତ୍ତି କରାଯାଇଥିଲା। ସକାଳ ୭ଟାରୁ ୯ଟା ପର୍ୟ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀ ପାଠପଢା ହେବ। ସେହିପରି ୯ଟାରୁ ଦିନ ଗୋଟାଏ ପର୍ୟ୍ୟନ୍ତ ଦଶମ ଓ ଦ୍ୱାଦଶ ଶ୍ରେଣୀରଆ ପାଠପଢା ହେବ ବୋଲି ନିର୍ଦେଶ ଦିଆଯାଇଥିଲା। ଯାହାକୁ ନେଇ ଅଭିଭାବକ ଏବଂ ଓଷ୍ଟା ଆପତ୍ତି ଉଠାଇଥିଲା। ଗ୍ରୀଷ୍ମ ପ୍ରବାହ ପାଇଁ ଯଦି ସକାଳୁଆ ସ୍କୁଲ କରାଯାଉଛି, ତାହେଲେ ଗୋଟାଏ ପରେ ଟାଣ ଖରାରେ ଛାତ୍ରଛାତ୍ରୀମାନେ କେମିତି ଘରକୁ ଫେରିବେ? ଏପରି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରିଥିଲା। ଆଲୋଚନା ଓ ପର୍ୟ୍ୟାଲୋଚନା ପରେ ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି।