ସ୍କୁଲରେ ଆରମ୍ଭ ହେଲା ନାମଲେଖା ପ୍ରକ୍ରିୟା

ଭୁବନେଶ୍ଵର : ସୋମବାରଠାରୁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଈଛି । ରାଜ୍ୟ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ସୋମବାର ଠାରୁ ଆରମ୍ଭ ହୋଇ ଏହି ପ୍ରକ୍ରିୟା ଜୁଲାଇ ୧୫ ଯାଏଁ ଚାଲିବ ।   ସମସ୍ତ ସରକାରୀ,ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଏବଂ ରାଜ୍ୟରେ ୨୦ରୁ କମ୍ ଛାତ୍ରଛାତ୍ରୀଥିବା ସ୍କୁଲରେ ମଧ୍ୟ ନାମଲେଖା ହେବ । ପ୍ରତିଦିନ ସକାଳ ୭ଟାରୁ ସକାଳ ୯ଟା ୩୦ ମଧ୍ୟରେ ନାମ ଲେଖା ହେବ ବୋଲି ଜଣାପଡିଛି ।

ଏପ୍ରକ୍ରିୟା ସମୟରେ ଅନେକ କଟକଣା ଲାଗୁ କରାଯାଇଛି । ଗୋଟିଏ ସମୟରେ ୫ରୁ ଅଧିକ ଅଭିଭାବକ କିମ୍ବା ଛାତ୍ରଛାତ୍ରୀ ସ୍କୁଲକୁ ଆସିବାକୁ ଅନୁମତି ଦିଆଯିବ ନାହିଁ । ଏହା ସହିତ ସ୍କୁଲକୁ ଆସିବା ସମୟରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ । ଅନ୍ୟପଟେ ଜୁଲାଇ ୧୫ ସୁଦ୍ଧା ନାମ ଲେଖା ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ବ୍ଳକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.