ସ୍କୁଲ ନାମ ଲେଖା ଅବଧି ବୃଦ୍ଧି

ଭୁବନେଶ୍ବର :  କରୋନା ପାଇଁ ରାଜ୍ୟ ସରକାର ସ୍କୁଲ ନାମ ଲେଖା ଅବଧିକୁ ବୃଦ୍ଧି କରିଛନ୍ତି ।  ମହାମାରୀ ପାଇଁ ଆଡ଼ମିଶନ ତାରିଖକୁ ଅଗଷ୍ଟ ୧୪ ଯାଏ ଘୁଞ୍ଚା ଯାଇଛି । ତେବେ ବର୍ତ୍ତମାନ ସ୍ଥିତିକୁ ଦେଖି ନାମ ଲେଖାରୁ ଯେପରି ଛାତ୍ର ଛାତ୍ରୀମାନେ ବାଦ୍ ନ ପଡ଼ନ୍ତୁ ସେଥିଲାଗି ଗଣ ଶିକ୍ଷା ବିଭାଗ ପକ୍ଷରୁ ନାମ ଲେଖା ଅବଧିକୁ ଅଗଷ୍ଟ ୧୪ ଯାଏ ବଢାଯାଇଛି ।

ସୂଚନା ଅନୁଯାୟୀ, ପୂର୍ବରୁ ଜୁନ୍ ୮ ରୁ ନାମ ଲେଖା ଆରମ୍ଭ କରି ଜୁଲାଇ ୧୫ ଭିତରେ ସାରିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା

Comments are closed.