ବିଭିନ୍ନ ଦାବି ନେଇ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ

0

ଭୁବନେଶ୍ୱର: ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଗାନ୍ଧୀମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମଗ୍ର ରାଜ୍ୟରୁ ଅନେକ ଶିକ୍ଷକ-ଅଧ୍ୟାପକ ଆସି ଏଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯୋଗ୍ୟ ବିବେଚିତ ଦିନ ଠାରୁ ଚାକିରୀର ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ସୁଯୋଗ ସହିତ ପୂର୍ଣ୍ଣ ଅନୁଦାନ ଯୋଗାଇ ଦେବା ନିମନ୍ତେ ମିଳିତ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଅଭିଯୋଗ ଅନୁଯାୟୀ ବ୍ଲକଗ୍ରାଣ୍ଟ ପ୍ରଥାକୁ ଉଚ୍ଛେଦ କରି ନୂତନ ଅନୁଦାନ ବ୍ୟବସ୍ଥା ଘୋଷଣା କରାଯିବା ଦ୍ୱାରା ତାହା ଶିକ୍ଷକମାନଙ୍କୁ ପ୍ରତାରିତ କରିବା ସହ ସ୍ୱାଭିମାନ ଉପରେ କୁଠାରଘାତ କରିଛି ବୋଲି କୁହାଯାଇଛି। ଯଦି ସରକାର ତାଙ୍କ ଦାବି ପୂରଣ ନ କରନ୍ତି ତେବେ ସେମାନେ ସ୍କୁଲ କଲେଜରେ କାର୍ଯ୍ୟବନ୍ଦ କରିବା ପାଇଁ ବାଧ୍ୟ ହେବେ ବୋଲି କହିଛନ୍ତି। ଶିକ୍ଷକ ମାନଙ୍କୁ ଏହି ବିକ୍ଷୋଭ ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ଆରମ୍ଭ ହୋଇ ଗାନ୍ଧୀ ମାର୍ଗ ପର୍ଯ୍ୟନ୍ତ ବ୍ୟାପିଛି। ଏହା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ପ୍ରତିକୂଳ ପରିସ୍ଥିତିକୁ ଖାତିର ନ କରି ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି।

Leave A Reply