ଅତିରିକ୍ତ ଶ୍ରେଣୀ ଗୃହ ଓ କଲ୍ୟାଣ ମଣ୍ଡପ ଉଦ୍‍ଘାଟିତ

ଝୁମ୍ପୁରା : ଝୁମ୍ପୁରା ବ୍ଲକ ବାରିଆ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ନୂତନ ଭାବରେ ଭାବରେ ନିର୍ମିତ ହୋଇଥିବା ଅତିରିକ୍ତ ଶ୍ରେଣୀ ଗୃହ ସୋମବାର ଦିନ ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକଙ୍କ ଦ୍ୱାରା ଉଦ୍‍ଘାଟିତ ହୋଇଯାଇଛି । ଉଦ୍‍ଘାଟନୀ ଉତ୍ସବ ଅବସରେ ବିଦ୍ୟାଳୟ ପରିସର ମଧ୍ୟରେ ଯଦୁମଣି ବାରିକଙ୍କ ପୌରହିତରେ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଧାୟକ ଶ୍ରୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଝୁମ୍ପୁରା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ନାଏକ, ବାରିଆ ସମିତି ସଭ୍ୟ ଶିବ ଚରଣ ପ୍ରଧାନ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କଳାକାର ମହାନ୍ତ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ରାଜ୍ୟ ସରକାର ବର୍ତ୍ତମାନ ଉଚ୍ଚ ବିଦ୍ୟାଳୟ ଗୁଡିକ ୫ଟିରେ ଅନ୍ତଭୁର୍କ୍ତ କରି ବିଦ୍ୟାଳୟ ଗୁଡିକର ସର୍ବାଙ୍ଗିନ ଉନ୍ନତି କରିବା ସହିତ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମସ୍ତ ପିଲାଙ୍କୁ ସ୍ମାର୍ଟ କରିବା ପାଇଁ ଶିକ୍ଷା ଠାରୁ ଆରମ୍ଭ କରି କମ୍ପୁଟର, ଖେଳ, ବିଜ୍ଞାନ, ପରିବେଷ ଉପରେ ଦକ୍ଷତା ବୃଦ୍ଧି କରିବା ପାଇଁ ଏକ ଦୃଢ ପଦକ୍ଷେପ ନେଇଛନ୍ତି ଯାହାକି ଏକ ସ୍ୱାଗତ୍ୱ ଯୋଗ୍ୟ ପଦକ୍ଷେପ । ଗ୍ରାମାଞ୍ଚଳର ପିଲା ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରି ବେସରକାରୀ ବିଦ୍ୟାଳୟରେ ଯେଉଁ ସୁବିଧା ରହିଥିଲା ସେଥିରୁ ବଞ୍ଚିତ ହେଉଥିଲେ କିନ୍ତୁ ସରକାର ବର୍ତ୍ତମାନ ସରକାରୀ ବିଦ୍ୟାଳୟ ଗୁଡିକରେ ମଧ୍ୟ ସେ ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି ବୋଲି ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ।

ସେହିପରି ଉଖୁଣ୍ଡା ଠାରେ ନୂତନ ଭାବରେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପକୁ ବିଧାୟକ ଶ୍ରୀ ଜଗନ୍ନାଥ ନାୟକ ଆନୁଷ୍ଠିତ ଭାବେ ଉଦ୍‍ଘାଟନ କରିଛନ୍ତି । ଏହି କଲ୍ୟାଣ ମଣ୍ଡପ ଉଦ୍‍ଘାଟନ ଉତ୍ସବରେ ସମାମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ନାଏକ, ବିଡିଓ ବିଜୟ କୁମାର ନାୟକ, ଶିକ୍ଷାବିତ ଅଲେଖ ଚନ୍ଦ୍ର ମିଶ୍ର, ସମିତି ସଭ୍ୟ ରାଧାକାନ୍ତ ନାଏକ, ନାଏକ ସରପଞ୍ଚ ସୁଜାତା ସାହୁ, ପୂର୍ବତନ ସରପଞ୍ଚ ଲାଲମୋହନ ମୁଣ୍ଡା, ଲକ୍ଷ୍ମଣ କୁମାର ରାଉତ, ଲୋଚନ ସାହୁ, ଦେବ ସାହୁ,  ଯଦୁ ରାଉତ, ମହେନ୍ଦ୍ର ସାହୁ ପ୍ରମୁଖ ଯୋଗଦାନ କରିଥିଲେ । କଲ୍ୟାଣ ମଣ୍ଡପ ଉଦଘାଟନୀ ଉତ୍ସବରେ ଯୋଗଦାନ କରିଥିବା ଅତିଥି ମାନେ କହିଲେ ପୂର୍ବରୁ କେବଳ ସହରାଞ୍ଚଳରେ କଲ୍ୟାଣ ମଣ୍ଡପ ରହିଥିଲା ଯାହା ଫଳରେ ସହରଞ୍ଚାଳରେ ରହୁଥିବା ଜନସାଧାରଣ ଏହାର ସୁବିଧା ପାଇ ପାରୁ ଥିଲେ କିନ୍ତୁ ରାଜ୍ୟ ସରକାର ଏବେ ଗ୍ରାମାଞ୍ଚଳର ଜନସାଧାରଣଙ୍କ ପାଇଁ ମଧ୍ୟ ଏହି ସୁବିଧା ଯୋଗାଇ ଦେଇଛନ୍ତି । କଲ୍ୟାଣ ମଣ୍ଡପ ନିକଟରେ ଏକ ମନିପାର୍କ ନିର୍ମାଣ କରିବା ପାଇଁ ଯୋଗଦାନ କରିଥିବା ଅତିଥି ମାନେ କହିବା ସହିତ କଲ୍ୟାଣ ମଣ୍ଡପ ପାଇଁ ଆବଶ୍ୟକ ସମସ୍ତ ସୁବିଧା କରିବା ଦିଗରେ ପ୍ରଶାସନ ତରଫରୁ ସ୍ୱତନ୍ତ ଭାବରେ ଦୃଷ୍ଟି ଦେଇ କାର୍ଯ୍ୟକରାଯିବ ବୋଲି କହିଥିଲେ ।

Comments are closed.