ଛାତ୍ରଛାତ୍ରୀଙ୍କ ପାଇଁ ମୋଦୀ ସରକାରଙ୍କ ବଡ଼ ଯୋଜନା : ପ୍ରତ୍ୟେକ ମାସରେ ୧୨,୫୦୦ଟଙ୍କାର ଛାତ୍ର ବୃତ୍ତି

ନୂଆଦିଲ୍ଲୀ : ଛାତ୍ରଛାତ୍ରୀମାନଙ୍କୁ ବଡ଼ ଉପହାର ସ୍ୱରୂପ ମୋଦୀ ସରକାର ପାଠ ପଢିବା ପାଇଁ ୩ଲକ୍ଷ ଟଙ୍କାର ସରକାରୀ ସହାୟତା ଯୋଗାଇଦେବେ। ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀମାନଙ୍କର ପାଠପଢିବାରେ ଆଉ କୌଣସି ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ କିମ୍ବା ସେମାନଙ୍କର ପାଠପଢା ବନ୍ଦ ହେବ ନାହିଁ। ଏଭଳି ପ୍ରତିଭାଶାଳୀ ତଥା ମେଧାବୀ ବିଦ୍ୟାର୍ଥୀ ମାନଙ୍କୁ ମୋଦୀ ସରକାର ବୃତ୍ତି ଯୋଗାଇଦେବେ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ବୈଷୟିକ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଏହି ଯୋଜନା ଆରମ୍ଭ କରିଛନ୍ତି। ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ୟେକ ମାସରେ ୧୨,୫୦୦ଟଙ୍କାର ବୃତ୍ତି ମିଳିବ।
ଏହ ବୃତ୍ତି ପାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଗେଟ୍(ଜିଏଟିଇ) ଅବା ଜିପାଟ୍‍(ଜିପିଏଟି) ଯୋଗ୍ୟତା ହାସଲ କରିବା ଆବଶ୍ୟକ। ଗେଟ୍(ଜିଏଟିଇ) ଅବା ଜିପାଟ୍‍(ଜିପିଏଟି) ଯୋଗ୍ୟତା ହାସଲ କରିଥିବା ଯେଉଁ ଛାତ୍ରଛାତ୍ରୀମାନେ ଏଆଇସିଟିଇ ମାନ୍ୟତା ପ୍ରାପ୍ତ ବୈଷୟିକ ଶିିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାକୁ ଚାହୁଁଛନ୍ତି, ସେମାନେ ଏହି ବୃତ୍ତି ପାଇଁ ଆବେଦନ କରିପାରିବେ। ଏମ୍‍.ଟେକ୍‍,ଏମ.ଇ,ଏମ୍‍.ଆର୍କିଟେକ ଅବା ଏମ୍‍. ଫାର୍ମାରେ ନାମ ଲେଖାଉଥିବା ଛାତ୍ରଛାତ୍ରୀମାନେ ଏହି ବୃତ୍ତି ପାଇ ପାରିବେ।

Pic. Credit : news18.com
କେଉଁମାନଙ୍କୁ ମିଳିବ ବୃତ୍ତି, କାହାକୁ ନୁହେଁ

ସରକାର ବୈଷୟିକ ଶିକ୍ଷାରେ ଉଚ୍ଚତ୍ତର ଅଧ୍ୟୟନକୁ ପ୍ରୋତ୍ସାହନ ଦେବା ପାଇଁ ଗୁରୁତ୍ୱ ହେଉଛନ୍ତ। ପ୍ରତ୍ୟେକ ବର୍ଷ ଏହି ଯୋଜନା ଅଧୀନରେ ମାଷ୍ଟର ଡିଗ୍ରୀରେ ନାମ ଲେଖାଉଥିବା ଛାତ୍ରଛାତ୍ରୀମାନେ ଏହି ବୃତ୍ତି ପାଇବେ। ତେବେ ବୃତ୍ତି ପାଇବା ପାଇଁ କିଛି ବିଷୟ ଉପରେ ନଶ୍ଚିତ ଭାବେ ଧ୍ୟାନ ଦେବା ଆବଶ୍ୟକ। ଏଥିପାଇଁ ପ୍ରାୟତଃ ଅକ୍ଟୋବର ମାସ ପର୍ଯ୍ୟନ୍ତ ଅନଲାଇନ ଆବେଦନ କରାଯାଇ ପାରିବ।
-ସେହି ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ମିଳିଥାଏ, ଯେଉଁମାନେ ବୈଧତାର ସହ ଗେଟ୍(ଜିଏଟିଇ) ଅବା ଜିପାଟ୍‍(ଜିପିଏଟି) ଯୋଗ୍ୟତା ହାସଲ କରିବା ସହ ନାମ ଲେଖାଇଥିବେ, ନାମ ଲେଖାଇବା ପରେ ଗେଟ୍(ଜିଏଟିଇ) ଅବା ଜିପାଟ୍‍(ଜିପିଏଟି) ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀମାନେ ବୃତ୍ତି ପାଇପାରିବେ ନାହିଁ।
-ବୃତ୍ତି ପାଇବାକୁ ଥିବା ଛାତ୍ରଛାତ୍ରୀମାନେ ନିଜ ପାଠ ପଢା ସମୟରେ ଅନ୍ୟ କୌଣସି ଆର୍ଥିକ ସହାୟତା, ଅନ୍ୟ କୌଣସି ପ୍ରକାରର ବୃତ୍ତି ଅବା ଭତ୍ତା ପାଇ ପାରିବେ ନାହିଁ।
-ବିଦେଶୀ ଛାତ୍ର ଅବା ମ୍ୟାନେଜମେଣ୍ଟ କୋଟାରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ
ଏହି ବୃତ୍ତି ମିଳିବ ନାହିଁ।
-ବୃତ୍ତି ପାଉଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରତି ସପ୍ତାହରେ ଅତି କମରେ ୮ରୁ୧୦ ଘଣ୍ଟା ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଅବା ଗବେଷଣା କାର୍ଯ୍ୟ କରିବାକୁ ପଡିବ, ଏହି କାର୍ଯ୍ୟ ତାଙ୍କୁ ତାଙ୍କ ଅନୁଷ୍ଠାନ ହିଁ ଦେବେ,
-ପ୍ରତ୍ୟେକ ମାସରେ ୧୨,୫୦୦ଟଙ୍କାର ବୃତ୍ତି ମିଳିବ, କିନ୍ତୁ ସେଥିପାଇଁ ଅନୁଷ୍ଠାନରେ ପାଠ ପଢିବା ସମୟରେ ଛାତ୍ରଛାତ୍ରୀମାନଙ୍କର ପ୍ରଦର୍ଶନର ଆକଳନ କରାଯିବ, ସନ୍ତୋଷ ଜନକ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନଙ୍କର ବୃତ୍ତି ହିଁ ବଳବତ୍ତର ରହିବ।
-ସର୍ବାଧିକ ୨୪ ମାସ ଅବା ପାଠ୍ୟକ୍ରମ ଶେଷ ହେବାର ସମୟ ପର୍ଯ୍ୟନ୍ତ ବୃତ୍ତି ପ୍ରଦାନ କରାଯିବ।

Pic. Credit : news18.com

କିଭଳି ବୃତ୍ତି ରଦ୍ଦ ହେବ

-ଅନୁଶାସନହୀନତା ଅବା ଖରାପ ବ୍ୟବହାରର ଅଭିଯୋଗ ମିଳିବା ପରେ ବୃତ୍ତି ବନ୍ଦ ଅବା ରଦ୍ଦ କରାଯାଇ ପାରିବ,
-ବୃତ୍ତି ପାଉଥିବା ଛାତ୍ରଛାତ୍ରୀମାନେ ବର୍ଷକୁ ୧୫ ଦିନ ସାମୟିକ ଛୁଟି, ସର୍ବାଧିକ ୩୦ ଦିନର ଚିକିତ୍ସା ଜନିତ ଛୁଟି ଏବଂ ସରକାରୀ ନିର୍ଦ୍ଦେଶ ଅନୁସାରେ ମାତୃତ୍ୱ ଅବକାଶ ହିଁ ନେଇ ପାରିବେ,
-ଏଆଇସିଟିଇ ନୀତି ଅନୁସାରେ ବୃତ୍ତି ପ୍ରଦାନ କରାଯିବ,ଏ ସଂପର୍କୀତ କିଛି ପରିବର୍ତ୍ତନ ଅବା ସୂଚନା, ସମ୍ବାଦ ପତ୍ର କିମ୍ବା ପୋର୍ଟାଲ ମାଧ୍ୟମରେ ଜଣାଇ ଦିଆଯିବ।

Comments are closed.