କଟକ ବଡ ମେଡିକାଲର ହେମାଟୋଲୋଜି ବିଭାଗରେ ଅଗ୍ନିକାଣ୍ଡ

0

କଟକ : କଟକ ବଡ ମେଡିକାଲର ହେମାଟୋଲୋଜି ବିଭାଗରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କୌଣସି ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କର କ୍ଷତି ହୋଇ ନାହିଁ। ନିଆଁ ଲାଗିବା ଯୋଗୁଁ ରୋଗୀମାନେ ୱାର୍ଡ ଛାଡି ପଳାଇ ଆସିଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ସୂଚନାଯୋଗ୍ୟ ଯେ, କଟକ ବଡ ମେଡିକାଲର ହେମାଟୋଲୋଜି ବିଭାଗରେ ବୁଧବାର ଦିନ ପ୍ରାୟ ୧୨ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ହେମାଟୋଲୋଜି ବିଭାଗରେ ଲାଗିଥିବା ଏୟାର କଣ୍ଡିସନରରୁ ସଟ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା।

Leave A Reply