ଆସନ୍ତାକାଲିଠାରୁ ଏସ୍‌ସିବି ହାଉସ୍‌ ସର୍ଜନ୍‌ଙ୍କ କାର୍ଯ୍ୟବନ୍ଦ ଧମକ

ଭୁବନେଶ୍ବର: ଆସନ୍ତାକାଲିଠାରୁ କଟକ ଏସ୍‌ସିବି ହାଉସ୍‌ ସର୍ଜନ୍‌ଙ୍କ କାର୍ଯ୍ୟବନ୍ଦ ଧମକ। ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ ଆସନ୍ତାକାଲିଠାରୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଏସ୍‌ସିବି ହାଉସ୍‌ ସର୍ଜନ୍‌ ଧମକ ଦେଇଛନ୍ତି। ତେବେ ଜରୁରୀ ସେବା ଓ କୋଭିଡ୍‌ ଡ୍ୟୁଟି ବନ୍ଦ ନ କରିବାକୁ ନିଷ୍ପତ୍ତି ସେମାନେ ନିଷ୍ପତ୍ତି ନେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟରେ ଏସ୍‌ସିବି ହାଉସ୍‌ ସର୍ଜନ୍‌ମାନେ ଜାନୁଆରୀ ୨୨ ତାରିଖରୁ ଆଜି ପର୍ଯ୍ୟନ୍ତ କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟ କରୁଛନ୍ତି। ପ୍ରଦିବାଦ ସତ୍ତ୍ବେ ଦାବି ପୂରଣ ନ ହେବାରୁ କାର୍ଯ୍ୟବନ୍ଦ ଧମକ ଦେଇଥିବା ଜଣାପଡ଼ିଛି।

Comments are closed.