କଟକ ଏସ୍‌ସିବିରେ ଖୋଲିବ ଫୁସ୍‌ଫୁସ୍‌ଜନିତ ରୋଗ ଚିକିତ୍ସା ଔଷଧୀୟ ସଂପର୍କିତ ଡକ୍ଟରେଟ୍‌ ପାଠ୍ୟକ୍ରମ, ପୂର୍ବ ଭାରତରେ ପ୍ରଥମ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନ କ୍ରମେ ଓଡ଼ିଶାକୁ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜରେ ଫୁସ୍‌ଫୁସ୍‌ଜନିତ ରୋଗ ଚିକିତ୍ସା ଔଷଧୀୟ ସଂପର୍କିତ ଡକ୍ଟରେଟ୍‌ ପାଠ୍ୟକ୍ରମ ଖୋଲିବା ପାଇଁ ଭାରତୀୟ ମେଡିକାଲ୍‌ କାଉନ୍‌ସିଲ୍‌(ଏମ୍‌ସିଆଇ) ଅନୁମତି ପ୍ରଦାନ କରିଛନ୍ତି। ସମଗ୍ର ପୂର୍ବ ଭାରତରେ ଏପରି ପାଠ୍ୟକ୍ରମ ଆରମ୍ଭ କରିବାରେ ଏସ୍‌ସିବି ମେଡିକାଲ୍‌ କଲେଜ ପ୍ରଥମ ବୋଲି ଜଣାପଡ଼ିଛି।

Comments are closed.