କରୋନା ଚିକିତ୍ସା ପାଇଁ ଓଡ଼ିଶାରେ ପ୍ଲାଜ୍‌ମା ଥେରାପି ଚିିକିତ୍ସା ଆରମ୍ଭ

ଭୁବନେଶ୍ବର: କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା କ୍ଷମତା ବୃଦ୍ଧି ଲକ୍ଷ୍ୟରେ ଓଡ଼ିଶା ସରକାର ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ପ୍ଲାଜ୍‌ମା ଥେରାପି ଚିକିତ୍ସା ଆରମ୍ଭ କରାଯାଇଛି। ଏହା ଜଟିଳ ରୋଗୀମାନଙ୍କୁ ଆରୋଗ୍ୟ ହେବାରେ ଅଧିକ ସହାୟକ ହେବ ବୋଲି ଆଶା କରାଯାଇଛି। ଆଗାମୀ ଦିନରେ କଟକ ଏସ୍‌ସିବି ମେଡ଼ିକାଲ୍‌ କଲେଜକୁ ପ୍ଲାଜ୍‌ମା ଥେରାପି ହବ୍‌ କରାଯିବ ବୋଲି ଯୋଜନା ରହିଛି। ଜରୁରୀକାଳୀନ ଚିକିତ୍ସା ବିଭାଗ ଓ ବହିର୍ବିଭାଗରେ ରୋଗୀମାନଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ଚିକିତ୍ସା କରାଯିବା ପାଇଁ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ମାର୍ଗଦର୍ଶିକା ଜାରି କରିଛନ୍ତି । ଗ୍ରୁପ୍‌-‘ଡି’ କର୍ମଚାରୀମାନେ ସବୁ ରୋଗୀଙ୍କର ଥର୍ମାଲ ସ୍କ୍ରିନିଂ କରିବେ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.