ଏସସିବି ମେଡିକାଲରେ କରୋନା ନମୁନା ପରୀକ୍ଷା ଲାଗି ଆଇସିଏମଆରର ଅନୁମତି

ଭୁବନେଶ୍ବର : କଟକ ଏସସିବି ମେଡିକାଲରେ କରୋନା ନମୁନା ପରୀକ୍ଷା ଲାଗି ଆଇସିଏମଆର ଅନୁମତି ଦେଇଛି। ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ମଙ୍ଗଳବାର ସୂଚନା ଦେଇଛନ୍ତି। ଏହା ଫଳରେ କଟକରେ ନମୁନା ପରୀକ୍ଷା ସୁବିଧା ଉପଲବ୍ଧ ହେବ।

ଏଥିସହ ରାଜ୍ୟର ଅନ୍ୟ ଦୁଇଟି ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ମଧ୍ୟ ନମୁନା ପରୀକ୍ଷା ସୁବିଧା ଉପଲବ୍ଧ କରାଇବାକୁ ଆଇସିଏମଆରକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ଖୁବଶୀଘ୍ର ବୁର୍ଲାସ୍ଥିତ ଭିମସାର ଓ ବ୍ରହ୍ମପୁରସ୍ଥିତ ଏମକେସିଜିରେ କରୋନା ପରୀକ୍ଷା ସୁବିଧା ଉପଲବ୍ଧ ହେବ ବୋଲି ମନ୍ତ୍ରୀ କହିଛନ୍ତି। ପୂର୍ବରୁ ଏମ୍‌ସ ଭୁବନେଶ୍ବରରେ କରୋନା ପରୀକ୍ଷା ଆରମ୍ଭ ହୋଇସାରିଛି।

Comments are closed.